ହେଡଲାଇନସ୍:

ପ୍ରବୀଣ ତୁମେ ଗଲା ପରେ...ସ୍ମରଣିକା ଉନ୍ମୋଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ନାଟ୍ୟକାର , ମଞ୍ଚ ନିର୍ଦ୍ଦେଶକ , ମଞ୍ଚ କଳାକାର ପ୍ରବୀଣ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶରେ ପାରଳାଖେମୁଣ୍ଡର କରଣ ସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ "ପ୍ରବୀଣ ତୁମେ ଗଲା ପରେ"......ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର , ନିର୍ଦ୍ଦେଶକ, ସାଂସ୍କୃତିକ ସଂଗଠକ ଥିଲେ। ଶୁକ୍ରବାର ଦିନ ତାଙ୍କ ଚର୍ତୁର୍ଦାସହରେ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ , କାର୍ଯ୍ୟକ୍ରମର ସଭାପତି ତଥା ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ଗୁରୁ ରଘୁନାଥ ପାତ୍ର , କାଶୀନଗର ବ୍ଲକ୍ ଅଧ୍ୟକ୍ଷ ଚି.ଏଚ. ସିମାଦ୍ରି , କ୍ରିଏଟିଭ ଆର୍ଟସ୍ ସମ୍ପାଦକ ମନୋଜ ପାଢ଼ୀ , ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , ବିନୋଦ ଜେନା , ପ୍ରବୀଣ ପଣ୍ଡାଙ୍କ ଭାଇ ପ୍ରମୋଦ ପଣ୍ଡା ଓ ପ୍ରଭାକର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କଳାକାର ମାନେ ପ୍ରବୀଣଙ୍କ ସ୍ମୃତିଚରଣ  କରିଥିଲେ। କାର୍ଯ୍ୟକ୍ରମରେ ନାଟ୍ୟ ପ୍ରେମୀ , ବହୁ କଳାକାର ମାନେ ଉପସ୍ଥିତି ଥିଲେ। କ୍ରିଏଟିଭ୍ ଆର୍ଟସ୍ , ସମଲେଇ ନୃତ୍ୟକଳା ପରିଷଦ , ନଟରାଜ ଡେନ୍ସ ସ୍କୁଲ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। 

ସ୍ୱର୍ଗତ ପଣ୍ତା ଜଣେ ଏକା ଧାରରେ ନାଟ୍ୟକାର , ମଞ୍ଚ କଳାକାର , ତଥା ନାଟ୍ୟ ସଂଗଠକ , ନିର୍ଦ୍ଦେଶକ ରହିଥିବା ବେଳେ ଶତାଧିକ ନାଟକରେ ନିଜର ନିଖୁଣ ଅଭିନୟ , ୫୦ ରୁ ଉର୍ଦ୍ଧ ସାମାଜିକ ନାଟକରେ ନିର୍ଦ୍ଦେଶନା , ସଚେତନତା ମୂଳକ ନାଟକ ସମେତ କର୍ମମୟ ଜୀବନରେ ଜଣେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ସେ ଶିକ୍ଷକତା ଜୀବନରେ ଯେଉଁ ଯେଉଁ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିଲେ ବା ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଉନ୍ନତ ମାନର ପାଠ ପଢାଇବା ସହ ସେହି ଗ୍ରାମରେ ନାଟ୍ୟ ମଣ୍ଡଳୀ ଗଠନ କରି ନାଟକକୁ ବଞ୍ଚାଇ ରଖୁଥିଲେ । ସମ୍ପ୍ରତି ଟେଲିଭିଜନ ଓ ଅନ୍‌ଲାଇନ୍‌ ସିନେମା ଯୁଗରେ ମଧ୍ୟ ସେ ନାଟକକୁ ବଞ୍ଚାଇବା ପାଇଁ ତାଙ୍କ ଉଦ୍ଦ୍ୟମ ରହିଥିଲା । ଏହାସହ ସେ ବିଭିନ୍ନ ଜାତୀୟ ନାଟକ ପ୍ରତିଯୋଗୀତା ତଥା ଆଲ୍ଲାବାଦ ପ୍ରଭୃତି ସ୍ଥାନରେ ମଧ୍ୟ ନାଟକ ପରିବେଷଣ କରୁଥିଲେ । ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ଏକ ଉପାନ୍ତଅଞ୍ଚଳ ହୋଇଥିବାରୁ ଏଠାରେ ଓଡିଆ ନାଟକକୁ ପରିବେଷଣ କରିବାରେ ସେ ମାହିର ଥିଲେ ।

0
0
0
s2sdefault