ହେଡଲାଇନସ୍:

୧୬ରୁ ଖୋଲିବ ସ୍କୁଲ, ୧୫ ଯାଏ ଖୋଲିବନି ସିନେମା ହଲ୍, ସୁଇମିଂ ପୁଲ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ପ୍ରଭାବ ହ୍ରାସ ପାଉଛି ବୋଲି ରାଜ୍ୟ ସରକାରଙ୍କ ନିଶ୍ଚିତ ହୃଦବୋଧ ହେବାପରେ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ପ୍ରଥମ ପର୍ଯ୍ୟାୟରେ  ନଭେମ୍ବର ୧୬ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ହେଲେ ଅନ୍ୟ ଶ୍ରେଣୀ ଗୁଡିକ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଅନଲକ ୬ ଗାଇଡ୍ଲାଇନରେ କୁହାଯାଇଛି | 

ଅନ୍ୟପକ୍ଷରେ, ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛଦେଇଛନ୍ତି ରାଜ୍ୟ ସରକାର । ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲି ପାରିବ । ଅନୁମତି ଆଧାରରେ  ପୂଜାର୍ଚ୍ଚନା ମଧ୍ୟ କରାଯାଇପାରିବ ।  ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇଯାଇ ନଥିବା ବେଲେ  ଆନ୍ତର୍ଜାତୀୟ ବିମାନ ଚଳାଚଳ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି | 

ବାହାଘର ଓ ଅନ୍ତିମ ସଂସ୍କାର ନିୟମକୁ କୋହଳ କରାଯାଇଛି । ଏଣିକି ବାହାଘରରେ ସର୍ବାଧିକ ୨୦୦ ଲୋକ ଓ  ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ । ତେବେ ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶକୁ ସରକାରଙ୍କ ଅନୁମତି ନାହିଁ .ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ୍ ପ୍ରଟୋକଲ ଅନୁପାଳନ ବାଧ୍ୟତାମୂଳକ ବୋଲି ଗାଇଡଲାଇନ୍ ରେ କୁହାଯାଇଛି । କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ କଟକଣା ଜାରି ରହିବ ଓ ଏ ସମ୍ପର୍କରେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଷ୍ପତ୍ତି ନେବେ | 

0
0
0
s2sdefault