ହେଡଲାଇନସ୍:

"କଂଗ୍ରେସ ଦଳ ତଥା ଝାରସୁଗୁଡ଼ାବାସୀଙ୍କ ପ୍ରତି ଦଳର ନେତାଙ୍କ ବିଶ୍ବାସଘାତକତା ହିଁ ଦଳକୁ ତୃତୀୟ ସ୍ଥାନକୁ ନେଇ ଆସିଛି। "

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଭରତ ଅୱସ୍ତି। ଦଳ ସହିତ ବହୁ ବର୍ଷ ଧରି ଜଡ଼ିତ। ଦଳର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ୱ ସମ୍ଭାଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଶ୍ରୀ ଅୱସ୍ତି । ସଭାପତି ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏକ ସାକ୍ଷାତକାର ଦେଇ ଶ୍ରୀ ଅୱସ୍ତି ଦଳର ସାଂପ୍ରତିକ ପରିସ୍ଥିତି ଓ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ। ଶାସକ ପ୍ରଶାସକ ତରଫରୁ ଶ୍ରୀ ଅୱସ୍ତିଙ୍କ ସହ ସାକ୍ଷାତ କରିଥିଲେ ଆମ ପ୍ରତିନିଧି ସୁଭାଷ ସହାରେ। 

ସୁଭାଷ ସହାରେ : ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ ହୋଇଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। 

ଭରତ ଅୱସ୍ତି - ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। 

ପ୍ରଶ୍ନ :-ସଭାପତି ପଦରେ ନିଯୁକ୍ତି ହେବା ପରେ ଆପଣଙ୍କୁ କିପରି ଅନୁଭବ ହେଉଛି? 

ଉତ୍ତର :-ଏହା ଏକ ଗୁରୁ ଦାୟୀତ୍ୱ ନିଶ୍ଚୟ। ସାଂପ୍ରତିକ ପରିସ୍ଥିତିରେ କଂଗ୍ରେସ ଦଳ ଯେଉଁ ସ୍ଥିତିରେ ଅଛି, ଆମ ପାଇଁ ନିଶ୍ଚିତ ଭାବରେ ଏହା ଏକ ଘଡ଼ିସନ୍ଧି ମୁହୂର୍ତ୍ତ।ମାତ୍ର କଂଗ୍ରେସ ଦଳ ପାଇଁ ଏହା ପ୍ରଥମ ଥର ନୁହେଁ। ଅତୀତରେ ମଧ୍ୟ ଆମେ ଏହିପରି କଠିନ ପରିସ୍ଥିତି ଦେଇ ଗତି କରିଛୁ ଏବଂ ଦଳ ପୁଣି ଆହୁରି ମଜଭୁତ ହୋଇ ଛିଡ଼ା ହୋଇଛି। ତେଣୁ ଆମ ପାଇଁ ଏହା ପରୀକ୍ଷାର ବେଳ। ଆମେ ନିଶ୍ଚିତ ଭାବରେ ଏଥିରେ ସଫଳତା ଲାଭ କରିବୁ। ତେବେ ଦଳ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ଗର୍ବିତ  ଓ ଆନନ୍ଦିତ। 

ପ୍ରଶ୍ନ - ବର୍ତ୍ତମାନ ପାଇଁ ଆପଣଙ୍କ ସମ୍ମୁଖରେ କେଉଁ ଚ୍ୟାଲେଞ୍ଜ ରହିଛି? 

ଉତ୍ତର :-ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରାଇ ପୂର୍ବ ସ୍ଥିତିକୁ  ଫେରାଇ ଆଣିବା ମୋ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। 

ପ୍ରଶ୍ନ - ଦିନକୁ ଦିନ ଝାରସୁଗୁଡ଼ାରେ କଂଗ୍ରେସ ଦଳର ଜନପ୍ରିୟତା କମିବାରେ ଲାଗିଛି। ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଆସିବା ପଛରେ ମୂଖ୍ୟ କାରଣ କ'ଣ ବୋଲି ଆପଣ ମନେ କରୁଛନ୍ତି? 

ଉତ୍ତର :କଂଗ୍ରେସ ଦଳ ତଥା ଝାରସୁଗୁଡ଼ାବାସୀଙ୍କ ପ୍ରତି ଦଳର ନେତାଙ୍କ ବିଶ୍ବାସଘାତକତା ହିଁ ଦଳକୁ ତୃତୀୟ ସ୍ଥାନକୁ ନେଇ ଆସିଛି। 

ପ୍ରଶ୍ନ - ନବ ଦାସ କଂଗ୍ରେସ ଦଳ ଛାଡ଼ି ବିଜେଡିକୁ ଯିବା ଯୋଗୁଁ  ଝାରସୁଗୁଡ଼ା ଅଞ୍ଚଳରେ କଂଗ୍ରେସ ଉପରେ ଫରକ ପଡ଼ିଛି ବୋଲି ଆପଣ ଭାବୁଛନ୍ତି କି? 

ଉତ୍ତର :-ନିଶ୍ଚିତ ଭାବରେ। ନବ ଦାସଙ୍କ କଂଗ୍ରେସ ଦଳ ଛାଡ଼ି ବିଜେଡିକୁ ଯିବା ଯୋଗୁଁ ପ୍ରକୃତରେ ଦଳ ଅନେକ ପ୍ରଭାବିତ ହୋଇଛି? 

ପ୍ରଶ୍ନ - ସାଧାରଣତଃ କଂଗ୍ରେସ ଦଳର ବର୍ତ୍ତମାନ ସମୟରେ ସାଂଗଠନିକ କାର୍ଯ୍ୟ କରିବା ଅନେକ ପରିମାଣରେ ହ୍ରାସ ପାଇଛି। ଏହାର କାରଣ କ'ଣ? 

ଉତ୍ତର :ଗତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସର ବିଧାୟକ ଦଳ ତ୍ୟାଗ କରିବା, ଜିଲ୍ଲା କଂଗ୍ରେସ କମିଟି ଭାଙ୍ଗଯାଇ ଦଳ ନେତୃତ୍ବହୀନ ହୋଇ ପଡ଼ିବା ଫଳରେ ଦଳର ସାଂଗଠନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। 

ପ୍ରଶ୍ନ - କଂଗ୍ରେସ ନେତାଙ୍କ ବିରୋଧରେ ସାଧାରଣତଃ ଏହି ଅଭିଯୋଗ ଆସେ ଯେ ସେମାନେ ପ୍ରକୃତରେ ଏକ ନିଜସ୍ୱ ସ୍ବାର୍ଥ ପାଇଁ ଦଳର ପଦପଦବୀକୁ ଜାବୁଡ଼ି ରଖିଥାଆନ୍ତି। ସ୍ବାର୍ଥ ସିଦ୍ଧ ହେବା ପରେ ସେମାନେ ଯେ କୌଣସି ମୁହୁର୍ତ୍ତରେ ଦଳ ତ୍ୟାଗ କରି ଚାଲି ଯାଆନ୍ତି। ଏଥିରେ କେତେ ସତ୍ୟତା ରହିଛି? ଏପରି ଅନେକ ଉଦାହରଣ ରହିଛି। 

ଉତ୍ତର :କେବଳ କଂଗ୍ରେସ ଦଳରେ ନୁହେଁ, ପ୍ରତ୍ୟେକ ଦଳର ଏହିପରି ସ୍ବାର୍ଥପର ନେତା ଅଛନ୍ତି। ନିର୍ଦ୍ଦିଷ୍ଟ କେତେକ ନେତା ପାଇଁ ଦଳ ଆଜି ବଦନାମ, ମାତ୍ର ସମସ୍ତେ ସ୍ବାର୍ଥପର ନୁହଁନ୍ତି। 

ପ୍ରଶ୍ନ -ଝାରସୁଗୁଡ଼ା କଂଗ୍ରେସକୁ ପୁଣି ଏକ ନମ୍ବରକୁ ଫେରାଇ ଆଣିବାକୁ ଆପଣଙ୍କ ରଣନୀତି କ'ଣ ହେବ? 

ଉତ୍ତର :ତୃଣମୂଳ ସ୍ତରର କର୍ମମାନଙ୍କୁ ନେଇ ଓ ସାଧାରଣ ସ୍ତରର ଲୋକଙ୍କ ସମସ୍ୟାକୁ ନେଇ ଆମେ ଲଢ଼େଇ କରିବୁ ଓ ଦଳର ସ୍ଥିତିକୁ ମଜଭୁତ କରିବୁ। 

ପ୍ରଶ୍ନ - ଓଡ଼ିଶାରେ କଂଗ୍ରେସ ଦଳ ବିଜେଡିର ବି ଟିମ ଭଳି କାର୍ଯ୍ୟ କରିବା ଭଳି ଅନେକ ଥର ମନେହୁଏ। ଏହି ଛବିରୁ କଂଗ୍ରେସ ନିଜକୁ କିପରି ମୁକ୍ତ କରିବ ବୋଲି ଆପଣ ଭାବୁଛନ୍ତି। 

ଉତ୍ତର :ତୃଣମୂଳ ସ୍ତରରୁ ବିଧାନସଭା ଓ ସଂସଦ ପର୍ଯ୍ୟନ୍ତ ସାଧାରଣ କଂଗ୍ରେସ କର୍ମୀଠାରୁ ପ୍ରମୁଖ ନେତା ସମସ୍ତେ ବିଜେଡି ଓ ବିଜେପିର ସମସ୍ତ ଦୁର୍ନୀତିକୁ,ବେଆଇନ, ଜନବିରୋଧୀ, ରାଜ୍ୟବିରୋଧୀ କାର୍ଯ୍ୟକୁ ସାଧାରଣ ଜନତାଙ୍କ ସାମନାକୁ ଆଣି ପର୍ଦ୍ଦାଫାସ କଲେ, ଦଳର ସ୍ଵଚ୍ଛତା ଫେରି ଆସିବ ।

ପ୍ରଶ୍ନ - ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଆପଣ କଂଗ୍ରେସର କେଉଁ ନେତାଙ୍କୁ ସ୍ଥାନ ଦେବେ? 

ଉତ୍ତର :ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ହିଁ ନବୀନ ପଟ୍ଟନାୟକଙ୍କ ଏକମାତ୍ର ବିକଳ୍ପ। 

ପ୍ରଶ୍ନ - ଝାରସୁଗୁଡ଼ାରେ କଂଗ୍ରେସ ଦଳ ଲୋକଙ୍କ କେଉଁ ସମସ୍ୟାକୁ ନେଇ ନିଜର ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି ଆପଣ ଚିନ୍ତା କରୁଛନ୍ତି? 

ଉତ୍ତର :ଝାରସୁଗୁଡ଼ାର ଅନେକ ସମସ୍ୟା ରହିଛି। ପ୍ରମୁଖ ଭାବରେ ବେରୋଜଗାର, ପ୍ରଦୂଷଣ, ସ୍ବାସ୍ଥ୍ୟ, ଶିକ୍ଷା ଉତ୍ତମ ପରିମଳ ବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟାକୁ ନେଇ ଆମେ ନିର୍ବାଚନ ଲଢ଼ିବୁ। 

ପ୍ରଶ୍ନ - ଝାରସୁଗୁଡ଼ା ଜିଲ୍ଲାରେ ବିଜେପି ଦଳ ପ୍ରତି ଜନସମର୍ଥନ ଦିନକୁ ଦିନ ବଢ଼ି ଚାଲିବାର କାରଣ କ'ଣ?  ଏହାକୁ ପ୍ରତିହତ କରିବା ପାଇଁ ଆପଣ କେଉଁ ପଦକ୍ଷେପ ନେବେ ବୋଲି ଭାବୁଛନ୍ତି? 

ଉତ୍ତର : 'ମୁଁ' ନୁହେଁ, 'ଆମେ' ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ କାର୍ଯ୍ୟ କରିବୁ। ସାଧାରଣ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହୋଇ ହେବୁ।

0
0
0
s2sdefault