ହେଡଲାଇନସ୍:

୭ ବର୍ଷ ମଧ୍ୟରେ  ହ୍ରାସ ପାଇଛି ଗୋ ସଂପଦ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ଗୋ ସଂପଦ ହ୍ରାସ ପାଇଛି ଗତ ୭ ବର୍ଷ ମଧ୍ୟରେ। ଦ୍ରୁତ ଶିଳ୍ପାୟନ ଓ ଚାଷ ପ୍ରତି ବିମୁଖ ହେବା ଏହା ପଛରେ ମୂଖ୍ୟ କାରଣ ବୋଲି ଅନୁମାନ କରାଯାଉଛି। 

ମିଳିଥିବା ସୂଚନା ଅନୁସାରେ, ଶେଷ ଥର ପାଇଁ ଗତ ୨୦୧୨ ମସିହାରେ ଗୋ ସଂପଦ ଗଣନା ହୋଇଥିଲା।ନିୟମ ଅନୁସାରେ ଯଦିବା ଏହା ୨୦୧୭ ମସିହାରେ ପଶୁ ସଂପଦ ଗଣନା ହେବା କଥା, ମାତ୍ର ଏହି ଗଣନା ଗତ ବର୍ଷ ୨୦୧୯ରେ କରାଯାଇଥିଲା। ଏହି ଗଣନା ଅନୁସାରେ, ୨୦୧୨ ମସିହାରେ ମୋଟ ଗାଈଗୋରୁ ସଂଖ୍ୟା ୧,୧୯,୬୪୯ ଓ ମଇଁଷି ସଂଖ୍ୟା ୪,୬୫୩ ସର୍ବମୋଟ ୧,୨୪,୩୦୨ ଥିବା ବେଳେ ୨୦୧୯ ଗଣନା ଅନୁସାରେ ଗୋରୁ ସଂଖ୍ୟା ୯୬,୬୭୮ ଓ ମଇଁଷି ସଂଖ୍ୟା ୧,୫୫୧, ସର୍ବମୋଟ  ୯୮, ୨୨୯କୁ ଖସି ଆସିଛି।ଅର୍ଥାତ୍ ଗୋ ସଂପଦରେ ପାଖାପାଖି ୨୧ ଶତକଡ଼ା ହ୍ରାସ ହୋଇଛି। ବର୍ଷକୁ ପ୍ରାୟ ୩ ଶତକଡ଼ା ହିସାବରେ ଏହାର ହ୍ରାସ ହେବା ନିଶ୍ଚିତ ଚିନ୍ତାର ବିଷୟ। ଗତ ୧୯୯୫ ମସିହାରୁ ଗୋ ସଂପଦ ହ୍ରାସ ହେବା ପରିଲକ୍ଷିତ ହେଉଛି। ୧୯୯୫ ମସିହାରେ ଜିଲ୍ଲାରେ ଗୋସଂପଦ ସଂଖ୍ୟା ସମୁଦାୟ ୨,୧୪,୫୭୫ ଥିବା ବେଳେ  ୨୦୦୧ ମସିହାରେ ୧,୮୪,୯୩୪କୁ ଖସି ଆସିଥିଲା । ବିଶେଷଜ୍ଞଙ୍କ ମତରେ ଦ୍ରୁତ ଶିଳ୍ପାୟନ ଓ ଲୋକଙ୍କ ଚାଷ ପ୍ରତି ବିମୁଖ ହେବା ଗୋସଂପଦ ହ୍ରାସ ହେବା ପଛରେ ମୂଖ୍ୟ କାରଣ। 

ଏହିପରି ଅବସ୍ଥା ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ ଗୋସଂପଦ ସଂଖ୍ୟାରେ ଦ୍ରୁତ ହ୍ରାସ ହୋଇ ଜିଲ୍ଲା ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ।

0
0
0
s2sdefault