ହେଡଲାଇନସ୍:

ବାପା ମାଁ  ଛେଉଣ୍ଡ  ପିଲାମାନଙ୍କ ୟତ୍ନ ନେବ କିଏ, ଗୁହାରି ଶୁଣିବ କି ପ୍ରଶାସନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁର୍ଦ୍ଦଶା ଭିତରେ କଟୁଛି ଚାରି ଭାଇ ଭଉଣୀଙ୍କ ଜୀବନ 

କଳାହାଣ୍ଡି /ଶାସକ ପ୍ରଶାସକ : ସରକାର ଙ୍କ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ କାହା ପାଇଁ  ଯୋଗ୍ୟ ହିତାଧିକାରୀ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏପରି  ନଗ୍ନ ଚିତ୍ର  ଦେଖିବାକୁ ମିଳୁଛି | କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ପଞ୍ଚାୟତ ଫୋଇରୀ ପାଣି ଗ୍ରାମରେ | କୌଶିକ ମାଝୀ  ପତ୍ନୀ ଉର୍ମିଳା ମାଝୀ ଗତ ପାଞ୍ଚବର୍ଷ  ହେବ ସ୍ୱର୍ଗବାସୀ ହେବା ପରେ ବାପା ମାଁ  ଛେଉଣ୍ଡ  ପିଲାମାନଙ୍କ ୟତ୍ନ ନେବ କିଏ ? ପରିବାର କହିଲେ ଚାରି ଭାଇ ଭଉଣୀ  ନାମ  ବଡ଼ପୁଅ ଓଙ୍କାର ମାଝୀ (15) ଝିଅ କାନ୍ତି ମାଝୀ  (13) ଝିଅ  ଇନ୍ଦୁମତି  ମାଝୀ  (11) ପୁଅ  ରାକେଶ ମାଝୀ  (8) ବାପା ମାଁ  ଛେଉଣ୍ଡ ହେଲାପରେ ଚାରି ଭାଇ ଭଉଣୀ ନାହିଁ  ନ ଥିବା ଅସୁବିଧା  ଜୀବନଯାପନ  କଟାଉଛନ୍ତି | ଓଙ୍କାର ମାଝୀ ଧର୍ମଗଡ଼ରେ କାମକରୁଥିବା ବେଲେ ଛୋଟଦୁଇ ଝିଅ ପରଘରେ  ମଜୁରୀ କାମ କରନ୍ତି | ସାନ ଭାଇ  ରାକେଶ ଗାଁର ଜଣେ ଲୋକଙ୍କ ଗାଈ ଚରାଉଛନ୍ତି | ତାଙ୍କର  ଭଙ୍ଗା ଦଦରା ଘର ଖଣ୍ଡେ ଅଛି ଛାତ ଥାଇ ନ ଥିଲାଭଳି | ମାଟିର କାନ୍ଥ ଗୁଡିକ ଭୁଶୁଡିବାରେ ଲାଗିଛି | କାନ୍ଥକୁ କାନ୍ଥକୁ ଗଛ ଟେକା ଦେଇ ପଲିଥିନ ଢାଙ୍କି ଦିଆଯାଇଛି | ଏଥିରୁ ପ୍ରଶ୍ନ ଉଠେ ସରକାରୀ ଯୋଜନା କାହାପାଇଁ | ଗୋଲାମୁଣ୍ଡାରେ ବ୍ଲକ ଥାଇ ପଞ୍ଚାୟତ ଥାଇ ମଧ୍ୟ ଏପରି ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେବା ଦୀପତଳ ଅନ୍ଧାର ନାହିଁ ତ  ଆଉ କଣ | ବାପା ମାଁ ଛେଉଣ୍ଡ ପିଲାମାନେ ଘରଖଣ୍ଡିଏ ଓ ପାଠ ପଢିବା ପାଇଁ  ସରକାରୀ ସାହାଯ୍ୟକୁ ହାତ ବଢ଼ାଇଛନ୍ତି | ସରକାର ଓ  ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା |

0
0
0
s2sdefault