ହେଡଲାଇନସ୍:

ବାରିପଦା ଟାଉନ ଥାନାରେ ସହୀଦଙ୍କ ଫଟୋଚିତ୍ର ଉନ୍ମୋଚନ କଲେ ଏସପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଟାଉନ ଥାନା ପରିସରରେ ଆଜି ୨୦୦୯ ଅକ୍ଟୋବର ୧୩ରେ ମାଓବାଦୀଙ୍କ ଗୁଳିର ସାମ୍ନାକରିବାକୁ ଯାଇ ସହୀଦ ହୋଇଥିବା ଚାନ୍ଦୁଆ ଥାନା ଏଏସ୍ଆଇ ନାରାୟଣଚନ୍ଦ୍ର ପ୍ରଧାନ, ହାବିଲଦାର ରାଜେନ୍ଦ୍ର ମହାନ୍ତ ଓ କନେଷ୍ଟବଳ ଗମ୍ଭା ହେମ୍ବ୍ରମ ଫଟୋଚିତ୍ରକୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଆନୁଷ୍ଠାନିକ  ଭାବେ ଉଦଘାଟନ କରିଛନ୍ତି । ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଦାମ ଚରଣ ସାହୁ, ବାରିପଦା ସଦର ଏସଡ଼ିପିଓ କେ କେ. କେ. ହରିପ୍ରସାଦ  ଓ ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ପ୍ରମୁଖଙ୍କ ସମେତ ଥାନାର ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସହିଦଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଓଡ଼ଶାର ସମସ୍ତ ଥାନାରେ ନିଜ ନିଜ ଅଞ୍ଚଳରେ ସହୀଦ ହୋଇଥିବା ପୁଲିସ କର୍ମଚାରୀମାନଙ୍କ ଫଟୋଚିତ୍ର ଉନ୍ମୋଚନ କରାଇବା ନିମନ୍ତେ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାରିପଦା ଟାଉନ ଥାନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନାଗୁଡ଼ିକରେ ମଧ୍ୟ ଆଜି ସହୀଦମାନଙ୍କ ଫଟୋଚିତ୍ରକୁ ଉନ୍ମୋଚନ କାଯାଇଛି ।

         

 

0
0
0
s2sdefault