ହେଡଲାଇନସ୍:

ଟିଟିଲାଗଡ ପୋଲିସ ର ବଡ଼ ସଫଳତା, ଜୁଆ ଆଡ୍ଡା ଉପରେ ଚଢ଼ଉ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ, (ଗୌରବ ଦର୍ଜୀ)-ଟିଟିଲାଗଡ ଅଞ୍ଚଳ ରେ ବହୁ ଦିନରୁ ଧରି ଜୁଆ ଆଡ୍ଡା ଗୁଡିକ ନିଶ୍ଚିନ୍ତ ଭାବରେ ଚାଲିଛି। ଛୋଟ ବଡ଼ ଅନେକ ଲୋକ ଜୁଆ ଆଡ୍ଡା ଜମାଇଛନ୍ତି। ଅକ୍ଟୋବର ୨୭ ତାରିଖ ଦିନ ସନ୍ଧ୍ୟା ରେ ଟିଟିଲାଗଡ ପୋଲିସ ଷ୍ଟେସନ ର ଆଇ ଆଇ ସି ପ୍ରଭାତ ରଞ୍ଜନ ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ମନୋଜ ମୁଣ୍ଡା, କନେଷ୍ଟବଳ କୈଳାଶ ସାହୁ, ହିନ ବାର ଲେବଡ଼ିଆ, ଓ ଏ ପି ଏଫ୍ ପ୍ରିତମ ପୂଜାରୀ, ଗଣେଶ କାଲାକୁରୁ, ରାଜକୁମାର ମଝି, ହୋମ ଗାର୍ଡ ଭ୍ରମର ବର ସାହୁ, ନରେନ୍ଦ୍ର ସାହୁ, ଓ କୁଞ୍ଜବନ ଗଉଡ ଆଦି ପୋଲିସ କର୍ମୀ ସନ୍ଧ୍ୟା କାଳୀନ ପଇଁତରା ମାରୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ଆଇ ଆଇ ସି ସମେତ ଉପରିସ୍ଥ ଅଧିକାରୀ ମାନେ ନାନାଝର ନର୍ସରୀ ସ୍ଥିତ ଏକ ଖେଳପଡିଆ ରେ କିଛି ବ୍ୟକ୍ତି ଜୁଆ ଆଡ୍ଡା ଜମାଇଥିବା ସ୍ଥାନରେ ପହଁଚି ଥିଲେ। ହାଇସ୍କୁଲ୍ ପଡା ସୋଲାର ଲାଇଟ୍ ଗଳି ର ଖୁଟି ରାଓ ଓରଫ୍ ଲୋକନାଥ କୁମ୍ଭାର ଓ ରଘୁନାଥ ପଡା ରେ ଭଡ଼ାରେ ରହୁଥିବା ଦୁର୍ଗା ସାହୁ ଜୁଆ ଆଡ୍ଡା ଜମାଇ ତାସ୍ ଓ ଟଙ୍କା ମାନ ରଖି ଟିଟିଡୁଙ୍ଗରି ର ଦୁଲା ସାହୁ (୨୯), ସମ୍ଭୁ ଖର୍ସେଲ (୨୨), କୁମର ଭୋଇ, ଅନ୍ତର୍ଯ୍ୟାମୀ ସରାଫ, ଅମରେଶ ସାହୁ, ହେମରାଜ୍ ଖର୍ସେଲ ଙ୍କ ସହ ଉକ୍ତ ସ୍ଥାନରେ ଭଞ୍ଜଗୁଡ଼ା ଓ ମୁରିବାହାଲ ଥାନା ଅନ୍ତର୍ଗତ ମକାରୁପଡା ର ବୈଶାଖୁ ଭୋଇ ମାନଙ୍କ ସହିତ ଜୁଆ ଖେଳୁଥିବା ବେଳେ ଚାରିପଟୁ ଥାନା ର ଷ୍ଟାଫ ମାନେ ଘେରିଥିବା ବେଳେ ଏସ ଆଇ ମନୋଜ ମୁଣ୍ଡା ସେମାନଙ୍କୁ କାବୁ କରିବାକୁ ଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ତକ୍ଷଣି ଖୁଟୀ ରାଓ , ଦୂର୍ଗା ସାହୁ ମାନେ  ଏକୁଟିଆ ଆସିଛନ୍ତି ବୋଲି ଅତର୍କିତ ଆକ୍ରମଣ କରି ଟଙ୍କା ନେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସମସ୍ତ ଷ୍ଟାଫ ଘଟଣା ସ୍ଥଳରେ ପହଁଚି ସମସ୍ତଙ୍କୁ କାବୁକରି ଖୁଟି ରାଓ ଠାରୁ ନଗଦ ତେର ହଜାର ଦୁଇ ଶହ ଟଙ୍କା , ଦୁଇଟି ତାସ୍ ପ୍ୟାକେଟ, ଚାରିଟି ମୋବାଇଲ, ତିନିଟି ମୋଟର ସାଇକେଲ, ଗୋଟିଏ ସୋଲାର ବଲ୍ , ଗୋଟିଏ ତାରପୋଲିନ ଜବତ କରିବାକୁ ସକ୍ଷମ ହେବାବେଳେ ଜୁଆଡି ଦୂର୍ଗା ସାହୁ ବଳ ପୂର୍ବକ ତା' ର ମୋଟର ସାଇକେଲରେ ରେ ପଳାୟନ କରିବାକୁ ସକ୍ଷମ ହୋଇଥିଲା। ଏସ ଆଇ ମନୋଜ ମୁଣ୍ଡାଙ୍କ ରିପୋର୍ଟ କୁ ଆଧାର କରି ଆଇ ଆଇ ସି ମହାନ୍ତି ଥାନା କେଶ ନମ୍ୱର୍ ୫୦୬/୩୪ ଆଇ ପି ସି / ୩ ଓ ପି ଜି ଅାକ୍ଟ୍ ରେ  ମକଦ୍ଦମା କରି ଆସାମୀ ମାନଙ୍କୁ ଅକ୍ଟୋବର ୨୮ ତାରିଖ କୋର୍ଟ ଚାଲାଣ କରିଛନ୍ତି। 

0
0
0
s2sdefault