ହେଡଲାଇନସ୍:

ୟୁନାଇଟେଡ ଗ୍ରୁପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋହେଲା (ଶାସକ ପ୍ରଶାସକ): ସମଗ୍ର ବିଶ୍ୱରେ କୋରୋନା ଭୟାବହତା ଅପେକ୍ଷାକୃତ  ହ୍ରାସ ପାଉଥିବା ବେଳେ ଏହି ଭୂତାଣୁର ଆତଂକରୁ ସମସ୍ତେ ଏ ପର୍ଯ୍ୟନ୍ତ ମୁକ୍ତି ପାଇଁ ନାହାନ୍ତି । କୋରୋନା ଟୀକା  ବାହାରିବା ପର୍ଯ୍ୟନ୍ତ ସଚେତନତାର ସହ ଚଳିବାକୁ ପଡିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଆହ୍ୱାନ ଦିଆଯାଇଛି । ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୂଜା ଶୁଭେଚ୍ଛା ଜଣାଇବା ଅବସରରେ କୋରନାଠୁ ଦୁରେଇ ରହିବା ପାଇଁ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ  ଆହ୍ୱାନ ତଥା ରାଜ୍ୟ ଶ୍ରମ ଓ ଗ୍ରାମ୍ୟ  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କ ପରାମର୍ଶ କ୍ରମେ ଆଜି ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ୟୁନାଇଟେଡ ଗ୍ରୁପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସୋହେଲା-ବରପାଲି ରାସ୍ତାରେ ଅନୁଷ୍ଠାନ ର କର୍ମକର୍ତ୍ତାମାନେ ପଥଚାରୀ ମାନଙ୍କୁ ସଚେତନ କରାଇବା ସହ ହାତ ସାନିଟାଇଜ କରି ସମସ୍ତଙ୍କୁ ମାସ୍କ ବଣ୍ଟନ କରିଥିଲେ । ପାଖାପାଖି ୧୦୦୦ ରୁ ଉର୍ଦ୍ଧ୍ବ ପଥଚାରୀଙ୍କୁ ମାସ୍କ ବଣ୍ଟନ କରିଥିଲେ  । ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ସିଂ ଲୋହାରଙ୍କ ନେତୃତ୍ୱରେ ସରୋଜ ନନ୍ଦ,ଶିବାନନ୍ଦ ନାଗ, ମନୋଜ ନାଗ, ଦେବରାଜ ନାଗ, ନିମାଇଁ ବାଗ, ଶୁଭମ ନନ୍ଦ,ଟିକୁ ନାଗ, ସର୍ଜୁ ଗରଡ଼ିଆ, ନୁରାଧନ ନାଗ, ମୀନକେତନ ନାଗ ଓ ଅନ୍ୟ ସମସ୍ତ ସଭ୍ୟ ଏଥିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

 

0
0
0
s2sdefault