ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ କୃଷିନୀତିକୁ କୃଷକ ସଂଗଠନର ବିରୋଧ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଲା ଆଇନ ପ୍ରତିବାଦରେ କୃଷକ ଚେତାବନୀ ବିକ୍ଷୋଭ  

ପଦ୍ମପୁର-ଆଜିର କରୋନା ମହାମାରୀ ସମୟରେ ଦେଶର ସଂପୂର୍ଷ ଅର୍ଥବ୍ୟବସ୍ଥା ଘୋର ସଂକଟର ଶିକାର ହୋଇ ସାରିଥିବା ବେଳେ କେନ୍ଦ୍ର ସରକାର ଅତି ତରବରିଆ ଭାବରେ ପ୍ରଥମେ ଜୁନ୍ ପ୍ରଥମ ସପ୍ତାହରେ ୩ ଟି ଅଧାଦେଶ ଜାରି କରି ଏବଂ ସେପ୍ଟେମ୍ବର ଦ୍ବିତୀୟ ଭାଗରେ ଲୋକସଭା ଓ ରାଜ୍ୟସଭାର ସ୍ବତନ୍ତ୍ର ଅଧିବେଶନ ଡାକି ବିନା ଆଲୋଚନାରେ ହୋହଲ୍ଲା ଭିତରେ ଦେଶର କୃଷିକ୍ଷେତ୍ର ପାଇଁ ନିର୍ଦ୍ଦିଷ୍ଟ ପୂର୍ବ ଆଇନରେ ସଂଶୋଧନ ପୂର୍ବକ ତିନୋଟି ନୂଆ ଆଇନ ପ୍ରଣୟନ କରି ରାଷ୍ଟ୍ରପତିଙ୍କ ମଂଜୁରି ହାସଲ କରାଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ ‘ସଂକଟକୁ ଏକ ସୁଯୋଗ’ ଭାବରେ ଗ୍ରହଣ କରି ନିଆଯାଇଥିବା ଏହି ଐତିହାସିକ ପଦକ୍ଷେପରେ ‘ବୈପ୍ଳବିକ’ ସମ୍ଭାବନା ନିହିତ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏପରି ଦମ୍ଭୋକ୍ତିକୁ କିନ୍ତୁ ଦେଶର କୃଷକ ଶ୍ରେଣୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଭାରତରେ ଆଧୁନିକ କୃଷି ପଦ୍ଧତିରେ ସର୍ବାଧିକ ସମୃଦ୍ଧ ରାଜ୍ୟ ପଞ୍ଜାବର କୃଷକମାନେ ଅଗଷ୍ଟ ପ୍ରଥମ ସପ୍ତାହରୁ  ପ୍ରତିବାଦ ଆରମ୍ଭ କରିଛନ୍ତି ଏବଂ ସଂସଦ ଅବେଶନର ଠିକ୍ ପୂର୍ବରୁ ଭଗ୍ର ଆନ୍ଦୋଳନ ଗଢ଼ି ତୋଳିଛନ୍ତି, ସୂତ୍ରପାତ ହୋଇସାରିଛି । ଯାହାକି ଆଜି ବି ଜାରି ରହିଛି । ଦେଶର ଅନ୍ୟାନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରୋନା କଟକଣା ସତ୍ବେ କୃଷକମାନଙ୍କର ପ୍ରତିବାଦର ଯାରି ରହିଛି । ଆଗତ ହୋଇଥିବା ତିନିଗୋଟି ଆଇନ ହେଲା

୧. “କୃଷିଜାତ ଦ୍ରବ୍ୟ ବିପଣନ କମିଟି ଆଇନ, ୧୯୫୫' କୁ ସଂଶୋଧନ କରି ବର୍ତ୍ତମାନ ‘କୃଷିଜାତ ଦ୍ରବ୍ୟ ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, ୨୦୨୦' ଶୀର୍ଷକ ଏକ ନୂତନ ଆଇନ ପ୍ରଣୟନ କରାଯାଇଛି । ଏହି ନୂତନ ଆଇନ ସ, ବ୍ୟ ମାନର ମଣ୍ଡିବ୍ୟବସ୍ଥା ତଥା ସର୍ବନିମ୍ନ ସହାୟକ ଦର (ଏମ୍.ଏସ୍.ପି) ବଳବଂ ର ରହିବ ବୋଲି ସରକାର ଦାବି କରୁଥିଲେ ସୁଦ୍ଧା ମଣ୍ଡି ବାହାରେ ଘରୋଇ କଂପାନୀ/ସଂସ୍ଥାମାନେ ମଣ୍ଡିଟିକସ୍ ମୁକ୍ତ ବିକ୍ରୀବଟା କରିବା ତଥା ସର୍ବନିମ୍ନ ସହାୟକ ଦରରେ କିଣିବା ଆଇନଗତ ବାଧ୍ୟବାଧକତା ନ ରହିବା ଯୋଗୁଁ ଆପେ ଆପେ ମଣ୍ଡି ବ୍ୟବସ୍ଲା ଭୁଷୁଡି ଯିବ ଏବଂ ଏମ୍.ଏସ୍.ପି, ଘୋଷଣାର ଅର୍ଥ କିଛି ରହିବ ନାହିଁ ।

୨. ‘କୃଷକମାନଙ୍କ (ସଶକ୍ତିକରଣ ଓ ସୁରକ୍ଷା) ପାଇଁ ଚୁକ୍ତିଭି କ ଦର ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦' ନାମରେ ପ୍ରଣିତ ଆଇନ ବଳରେ ଦେଶର କୃଷି କ୍ଷେତ୍ରରେ ବଡ଼ ବଡ଼ କଂପାନୀମାନଙ୍କର ପ୍ରବେଶ, କାୟା ବିସ୍ତାର ଓ ଦୋରାମ୍ୟ ବଢ଼ିବ । କୃଷିକ୍ଷେତ୍ର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ୮୦ ପ୍ରତିଶ୍ରଦରୁ ଉର୍ଦ୍ଧ ମଧ୍ୟମ, କ୍ଷୁଦ୍ର ଓ ଭୂମିହୀନ ଭାଗ ଋଷୀମାନେ ସଂପୂର୍ଣ୍ଣ ରୋଜଗାର ଶୂନ୍ୟ ହୋଇଯିବେ ।

୩. ‘ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫” ରେ ସଂଶୋଧନ କରି ଧାନ, ଗହମ, ଆଳୁ, ପିଆଜ, ଡାଲି ଓ ଖାଇବା ତେଲକୁ ମହଜୁଦ କରି ରଖିବାର ସୀମା। କଟକଣାମୁକ୍ତ କରିଦିଆଯାଇଛି । ଏହା ଫଳରେ ଆଦାନୀ, ଅମ୍ବାନୀ, ଟାଟା, ଆଇ.ଟି.ସି ଭଳି ବଡ଼ ବଡ଼ କଂପାନୀମାନେ ଏହି ସବୁ ସାମଗ୍ରୀ ମହଜୁଦ୍ ରଖୁ ଠିକଣା ସମୟରେ ମନଇଚ୍ଛା ଦରରେ କଳାବଜାରୀ କରି ବିକିବାକୁ ଆଇନସମ୍ମତ କରିଦିଆଗଲା ।

          ମୋଟ ଉପରେ କହିବାକୁ ଗଲେ, ଏହି ଆଇନ ତିନୋଟି ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶର କୃଷି କ୍ଷେତ୍ର ଫୁଳି ବଳରେ ବଳୀୟାନ ବଡ଼ ବଡ଼ କଂପାନୀମାନଙ୍କର ନିୟନ୍ତ୍ରଣକୁ ଗଲିଯିବ ଏବଂ କେବଳ କୃଷକର ଆତ୍ମନିର୍ଭରତା ନୁହେଁ ଦେଶର ଖାଦ୍ୟ ସାର୍ବଭୌମତ୍ବ ମି ବିପନ୍ନ ହୋଇଯିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ଏହି ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ କୃଷକମାନଙ୍କର ଦୁର୍ବାର ଆନ୍ଦୋଳନର ଯାରି ରହିଛି । ସେହି ଲକ୍ଷ୍ୟକୁ ଦୃଷ୍ଟିରେ ରଖା ତଳସ୍ତରରୁ କୃଷକମାନଙ୍କର ପ୍ରତିବାଦର ସ୍ୱରକୁ ସଂଗଠିତ କରିବା ପାଇଁ ଆଗାମୀ ୩୦ ଅକ୍ଟୋବର ଦିନ ୧୦ଟା ସମୟରେ ପଦ୍ମପୁର ଉପଖଣ୍ଡର ସକ୍ରିୟ କୄଷକ ସଂଗଠନ ରାଜବୋଡାସଂବର କୃଷକ ସଂଗଠନ ପଦ୍ମପୁର (ଗୋରୁ ବଜାର ପ୍ରାଙ୍ଗଣ) ଠାରେ ଏକ ସବଢିଭିଜନ ସ୍ତରୀୟ କୃଷକ ଚେତାବନୀ ବିକ୍ଷୋଭ ଅୟୋଜନ ହେବ ବୋଲି ରାଜବୋଡାସମ୍ବର କୄଷକ ସଂଗଠନର ସଭାପତି ବାଞ୍ଛାନିଧି ନାୟକ ସୂଚନା ଦେଇଛନ୍ତି ।

        କୄଷକ ଚେତାବନୀ ବିକ୍ଷୋଭ ଆୟୋଜନ ସକାଶେ ଆଜି ଗୋରୁ ବଜାର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜବୋଡାସମ୍ବର କୄଷକ ସଂଗଠନର ସଭାପତି ବାଞ୍ଛାନିଧି ନାୟକ,ଆବାହକ ଅଶୋକ ସାହୁ, କୈଳାଶ ବାରିକ, ରୋହିତ ପ୍ରଧାନ,ବିଜୟ ସାହୁ, ମିନକେତନ ବିଶ୍ବାଲ,ସୁରେଶ ଚାନ୍ଦ,ବିଶ୍ବନାଥ ରଣା,ଦହିତ ସାହୁ, ମଲୟ ଭୋଇ,ସଫେତ ବାରିକ,ବିରେନ୍ଦ୍ର ପ୍ରଧାନ, ମୁକେଶ ସାହୁ,ସୁଦାମ ଦାଶ ଓ ଜୟ କିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର ଯୋଗଦେଇଥିଲେ ।

0
0
0
s2sdefault