ହେଡଲାଇନସ୍:

ଦିର୍ଘ ୭ମାସର ବ୍ୟବଧାନ ପରେ ଶ୍ରୀରଘୁନାଥ ଜିଉଙ୍କ ବିଜୟାଦଶମୀ ପର୍ବ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଦିର୍ଘ ୭ମାସର ବ୍ୟବଧାନ ପରେ ଓଡ଼ଗ୍ରାମେ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ବିଜୟାଦଶମୀ ପର୍ବ ଆଜି ପାଳିତ ହୋଇଯାଇଛି । କୋଭିଡ ନିୟମକୁ ମାନି ସ୍ୱଳ୍ପ ସଂଖ୍ୟକ ସେବକ ମାନଙ୍କ ଦ୍ୱାରା ଆଜିର ଏହି ପରମ୍ପରା ପାଳିତ ହୋଇଥିଲା । ଯୁଗେ ଯୁଗେ ଧରା ପୃଷ୍ଠରେ ପାପର ବିନାଶ କରି ଧର୍ମର ଧ୍ୱଜା ଉଡେଇବାକୁ ଦେବତାଙ୍କୁ ମର୍ତ୍ୟରେ ଜନ୍ମ ନେବାକୁ ପଡିଥାଏ । ସେହିପରି ବିଜୟାଦଶମୀ ତିଥିରେ ଅନ୍ୟ ଅସୁରମାନଙ୍କୁ ବିନାଶ କରିବା ସହିତ ପ୍ରବଳ ପ୍ରତାପୀ  ରାବଣକୁ ନିଧନ କରିବା ପରେ ସୀତାଙ୍କୁ ଉଦ୍ଧାର କରି ଧର୍ମର ସ୍ଥାପନା କରିଥିଲେ ରଘୁକୁଳ ତିଳକ ପ୍ରଭୁ ରାମଚନ୍ଦ୍ର । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର, ଅଜ୍ଞାନ ଉପରେ ଜ୍ଞାନର ବିଜୟ ସବୁବେଳେ ହୋଇ ଆସିଛି । ମାନବ ସମାଜ ଏହି ଦର୍ଶନକୁ ସର୍ବଦା ମନେରଖିବା ପାଇଁ ଦେବାଦେବୀ ପୀଠରେ ବିଜୟାଦଶମୀ ପର୍ବ ପାଳିତ ହୋଇଥାଏ । ଆଜିର ଆଶ୍ୱୀନ ଶୁକ୍ଳପକ୍ଷ ବିଜୟା ଦଶମୀ ତିଥିରେ ପ୍ରଭୁ ଶ୍ରୀରଘୁନାଥ, ମାତା ସୀତା, ଅନୁଜ ଲକ୍ଷଣ ସୁନାବେଶରେ ସଜ୍ଜିତ ହୋଇଥିଲେ । ମନ୍ଦିର ପରମ୍ପରା ଅନୁସାରେ ରାତ୍ର ୮ ସମୟରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ମଣିବିମାନରେ ବିଜେ ପ୍ରତିମା ମାନେ ଘଂଟ ବାଦ୍ୟ ଧ୍ୱନୀ ସହିତ ପଟୁଆରରେ ବାହାରି ଓଡଗାଁ ତହସିଲ କାର୍ଯ୍ୟାଳୟ ଦଶହରା ମଣ୍ଡପକୁ ବିଜେ କରିଥିଲେ । ସେଠାରେ ପୂଜା ଆଳତି ଲାଗିହୋଇ ପୁନଃ ପଟୁଆରରେ ମନ୍ଦିରକୁ ଫେରିବା ପରେ ବଡ ସିଂଘାର ନୀତି  ହୋଇ ପହୁଡ ପଡିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ କୋଭିଡ କଟକଣା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର  ହୋଇ ରହିଥିବା ବେଳେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ହସ୍ତେକ୍ଷପ ସହିତ ଉପ-ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ନୀୟମକୁ ମାନି ପ୍ରଭୁଙ୍କର ବିଜୟାଦଶମୀ ପର୍ବ ପାଳିତ ହୋଇଯାଇଛି । 

 

 

0
0
0
s2sdefault