ହେଡଲାଇନସ୍:

ଏବେ ମଧ୍ୟ ବୁଲିବୁଲି ଲୋକଙ୍କୁ ସଚେତନ କରାଉଛନ୍ତି ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବର୍ତମାନ ଚାଲିଛି ପାର୍ବଣ ଋତୁ ଏହା ସାଙ୍ଗକୁ ଚଳିତ ବର୍ଷ କୋରୋନା ଋତୁ ।ବିଗତ ଆଠ ମାସ ହୋଇ ଗଲାଣି ହନ୍ତସନ୍ତ ହୋଇ ଗଲେଣି ବିଶ୍ୱବାସୀ । କୋରୋନା ବଦଳାଇ ଦେଇଛି ଲୋକଙ୍କର ଦିନଚର୍ଯା ଓ ବଞ୍ଚିବାର ପଦ୍ଧତି । ମୁଖ୍ୟତଃ ଏହି ପାର୍ବଣ ଋତୁରେ ଲୋକଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ ସବୁ କିଛି ଓଲଟା ଦେଖିବାକୁ ମିଳୁଛି । ଯାତ୍ରା , ପର୍ବ ,ମେଳଣ ସବୁ ଫିକା । ମନ୍ଦିର ମସଜିଦ ସବୁ ଜନସାଧାରଣ ଙ୍କର ପାଇଁ ବନ୍ଦ । କେବଳ ଠାକୁରଙ୍କର ନୀତିରକ୍ଷା ନିମନ୍ତେ ମନ୍ଦିର ମାନଙ୍କରେ ଚାଲିଛି ପୂଜା । 

     ବର୍ତ୍ତମାନ ଦୁର୍ଗା ପୂଜାର ସମୟ । ନବରାତ୍ର ଚାଲିଛି ଆସନ୍ତା କାଲିଠାରୁ ମାଁ ଦୁର୍ଗା ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ କିନ୍ତୁ ଚଳିତ ବର୍ଷ ପୂଜା ମଣ୍ଡପରେ ଦେଖିବାକୁ ମିଳିବ ନାହିଁ ଭକ୍ତ ଙ୍କର ସମାଗମ । ଏହାର ଏକମାତ୍ର କାରଣ କୋରୋନା । ସତେ ଯେମିତି ସବୁ କିଛି ଉଜାଡି ଦେଇଛି ଏହି ମହାମାରୀ । ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏହି ମହାମାରୀ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି । ପ୍ରଶାସନ ମଧ୍ୟ ପୁରା ଦମରେ ଲୋକଙ୍କୁ ସଚେତନ କରାଇବାରେ ଲାଗି ପଡିଛି । 

       ଏକଥା କାହାରିକୁ ଅଛପା ନାହିଁ ଯେ ଦେଶରେ କୋରୋନାର ସଂକ୍ରମଣ ଆରମ୍ଭ ହେବା ପରଠାରୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ କ୍ରମାଗତ ଭାବରେ ଦିନରାତି ଲୋକଙ୍କର ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ କରି ଦେଇଛନ୍ତି । ଉପଖଣ୍ଡ ର ବିଭିନ୍ନ ଗ୍ରାମକୁ ବାରମ୍ବାର ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହିତ ଲୋକଙ୍କୁ କୋରୋନା ସଂକ୍ରମଣ ବାବଦରେ ସଚେତନ ମଧ୍ୟ କରୁଛନ୍ତି । ଏହି କ୍ରମରେ ଆଜି ଉପଜିଲ୍ଲାପାଳ ପାଇକମାଲ ବ୍ଲକ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ । ମାଣ୍ଡୋସିଲ ଦେବୀପୀଠରେ  ହେବାକୁଥିବା ମାଁ ଦୁର୍ଗାଙ୍କର ପୂଜା ଆସନ୍ତା କାଲିଠାରୁ ଆରମ୍ଭ ହୋଇଯିବ । ଉପଜିଲ୍ଲାପାଳ ସେଠାକୁ ପହଂଛି ପୂଜକ ଓ କର୍ମକର୍ତ୍ତା ମାନଙ୍କର ସହିତ ଆଲୋଚନା କରି କୋବିଡ଼ କଟକଣାକୁ ପାଳନକରି ମାଁ ଙ୍କର ପୂଜାନୀତି ସମ୍ପନ୍ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।  ଉପଜିଲ୍ଲାପାଳ ଙ୍କର ଅନୁରୋଧ କୁ ସମ୍ମାନ ଜଣାଇ ପୂଜା କମିଟିର କର୍ମକର୍ତ୍ତା ଓ ପୂଜକ ମାନେ ସମ୍ପୂର୍ଣ୍ଣ କୋବିଡ଼ ନିୟମାବଳୀ କୁ ଦୃଢତାର ସହିତ ପାଳନ କରି ମାଁ ଦୁର୍ଗାଙ୍କର ପୂଜାନୀତି ସମ୍ପନ୍ନ କରିବେ ବୋଲି କହିଥିଲେ । ଅଞ୍ଚଳ ସମସ୍ତ ପୂଜା କମିଟି ଏହି ଘଡିସନ୍ଧି ମୁହୂର୍ତ୍ତରେ କୋବିଡ଼ ନିୟମାବଳୀର ପାଳନ କରି ମାଁ ଦୁର୍ଗାଙ୍କର ପୂଜା କରିବାକୁ ପୁନର୍ବାର ଉପଜିଲ୍ଲାପାଳ ଉପଖଣ୍ଡବାସୀ ଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault