ହେଡଲାଇନସ୍:

ରାଜସ୍ବ ନିରୀକ୍ଷକଙ୍କର ବିୟୋଗରେ ଶୋକସଭା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଗତକାଲି ପାଇକମାଲ ରାଜସ୍ବ ନିରୀକ୍ଷକ ଶ୍ରୀ ଶଶୀଭାନୁ ସାହୁ ଙ୍କର ଅଚାନକ ମୃତ୍ୟୁ ଅଂଚଳର ସମସ୍ତ ଅଧିକାରୀ ମାନଙ୍କୁ ଓ ସମସ୍ତ ସରକାରୀ କର୍ମଚାରୀ ତଥା ସ୍ଥାନୀୟ ଜନସାଧାରଣ ଙ୍କୁ ଆଚମ୍ବିତ କରିବା ସହିତ ଅଞ୍ଚଳ ରେ ଏକ କୋହଭାର ଶୋକକୁଳ ପରିସ୍ଥିତି ସୃଷ୍ଟି କରିଛି । ଗତକାଲି ସ୍ବର୍ଗତ ଶ୍ରୀ ସାହୁଙ୍କର ଅନ୍ତେଷ୍ଟି ତାଙ୍କର ପୈତୃକ ଗ୍ରାମ ବରପାଲି ଠାରେ ସମ୍ପନ୍ନ ହୋଇଥିବା ସରିଛି । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ତହସିଲ ର ଅନ୍ୟାନ୍ୟ କର୍ମଚାରୀ ମାନେ ଶ୍ରୀ ସାହୁଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦାନ କରିଥିଲେ । ଆଜି ତହସିଲ ପାଇକମାଲ ତହସିଲ ଅଫିସ ରେ  ସ୍ବର୍ଗତ ଶ୍ରୀ ସାହୁଙ୍କର ଉଦେଶ୍ୟ ରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା , ସୁପରଭାଇଜର ଶ୍ରୀ ମଙ୍ଗଲୁ ସାନବର୍ଷା , ବଡବାବୁ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର,  RI ବାସୁଦେବ ମେହେର , ଜାମସେଠ RI   ସୁରେନ୍ଦ୍ର ସାହୁ ଓ ତହସିଲ ଅଫିସର ତଥା ମାଣ୍ଡୋଶିଲି , ଜାମସେଠ RI ଅଫିସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରୀ ସାହ ଙ୍କୁ ମନେ ପକାଇଥିଲେ । ସ୍ବର୍ଗତ ଶ୍ରୀ ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ମୌନ ପ୍ରାର୍ଥନା କରାଯାଇଥିଲା ।

0
0
0
s2sdefault