ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ  (ଶ୍ରୀୟାସ୍ମିତା ସାମଲ ): ସମ୍ବଲପୁର ଜିଲ୍ଲା ଜୁଜୁମୁରା ଜଙ୍ଗଲ ବାନ୍ଦେଲ ସଂରକ୍ଷିତ ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜୁଜୁମୁରା ଥାନା ଝାଙ୍କର ପାଲି ପଞ୍ଚାୟତ ଦୁଦୁଲମୁଣ୍ଡା ଗାଁର ୨୪ ବର୍ଷୀୟ ନିଳାମ୍ବର ବନଛୋର । କେହି ଦୁର୍ବୃତ୍ତ ତାଙ୍କ ଗଳା କାଟି ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ଲାଗି ପଠାଇ ଦେଇଛି ପୋଲିସ । ଘଟଣାର ତନାଘନା କରୁଛି ପୋଲିସ । ପୁଅର ମୃତ୍ୟୁ ଖବର ପାଇବା ପରେ ନିଳାମ୍ବରଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା ।

ନିଳାମ୍ବର ମାମୁଁ ଘର ଝାଙ୍କରପାଲିକୁ ଯାଇଥିଲେ । ମାମୁଁ ଘରୁ ଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ ନିଳାମ୍ବର । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ନିଳାମ୍ବରଙ୍କ ମୃତଦେହ ମିଳିଛି ।  ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ ତାର ସସ୍ପର୍ଶରେ ଆସି ନିଳାମ୍ବରଙ୍କ ମୃତଦେହ ଅଧା ଜଳିଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ମାରିବା ପରେ  ଜଙ୍ଗଲରେ ଫୋପାଡ଼ି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

0
0
0
s2sdefault