ହେଡଲାଇନସ୍:

କରୋନା ସମୟରେ ଆସହାୟଙ୍କୁ ରିଲିଫ ବଣ୍ଟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ/ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ତରଫରୁ ଏଲ.ବି.କେ. ବୌଦ୍ଧ ର ସହାୟତା ରେ ଗରିବ ,  ଅସହାୟ,ଭିନ୍ନକ୍ଷମ ମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ବେଲାଦୁଲା , ବରଡ଼ାକଟା , ଗୌତମପୂର , ବାସୁଦେବ ପୁର , ନାରାୟନ ପୁର , ବେଲତଇଲା , ଆଦି ଗ୍ରାମର ମୋଟ ୨୦ ଜଣ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି । କୋଭିଡ୍ ନିୟମ ପାଳନ କରି ସମସ୍ତଙ୍କୁ ସାନିଟାଇଜ , ଥର୍ମାଲ ସ୍କାନ କରି ମାସ୍କ ଦିଆଯାଇଥିଲା । ଏହି ରିଲିଫ୍ ବ୍ୟାଗ୍ ରେ ଚାଉଳ , ଡାଲି , ତେଲ , ଲୁଣ , ଚୁଡ଼ା , ସାବୁନ୍ , ସର୍ଫ ଓ ମାସ୍କ ଦିଆଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଏଲକେବିକେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୀତାକାନ୍ତ ସାହୁ ଙ୍କ ଉପସ୍ଥିତି ରେ ସମସ୍ତଙ୍କୁ ରିଲିଫ୍ ବଣ୍ଟନ କରାଯାଇଥିଲା । ଏଥିରେ  ସୁପ୍ରିୟା ଦେହୁରୀ , ନିକୁଞ୍ଜ ବିଶୋଇ , ଜାତୀୟ ସ୍ଵେଚ୍ଛାସେବୀ ପ୍ରତାପ ମେହେର , ଦୁଃଖିଶ୍ୟାମ୍ ମେହେର , ଭୁବନେଶ୍ୱର ମେହେର , ଈଶ୍ୱର ମେହେର , ଅକ୍ରୁର ମେହେର ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault