ମାଲକାନଗିରି ସହରରେ ଚଢ଼ାଉ ସମୟରେ ୧୫ଲକ୍ଷ ମୁଲ୍ୟର ସାଇଜ କାଠ ସହ ଆସବାବ ଜବତ କଲା ବନବିଭାଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି(ବି ଶ୍ରୀନିବାସ ପାତ୍ର) ବନବିଭାଗର ଚଢ଼ାଉ  ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାଇଜ ପଟ୍ଟା ଆସବାବପତ୍ର ଜବତ । ଆଜି ସକାଳ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରେସ୍ ଙ୍କ ଆଦେଶରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବାସୁଦେବ ନାୟକ ତାଙ୍କ ୧୫ ରୁ ଉର୍ଦ୍ଧ୍ୱ  ବନ କର୍ମଚାରୀ ଙ୍କ ସହ ଆଜି ମାଲକାନଗିରି ପୌରାଞ୍ଚଳ ଦୁର୍ଗାଗୁଡି ସାହି ଓ ଆଶିର୍ବାଦ କଲୋନୀ ରେ ଛାପା ମାରି ଥିଲେ । ଦୁର୍ଗା ଗୁଡି ସାହି ର ଅଞ୍ଜନ ମହାରଣା ଓ ଆଶିର୍ବାଦ କଲୋନୀ ର ଶ୍ରିହରି ନାଗଙ୍କ ଘରେ ସାଇଜ ପଟ୍ଟା ଓ କାଠ ଆସବାବପତ୍ର  ପ୍ରସ୍ତୁତି କାର୍ଯ୍ୟ କରୁଥିଲେ ।ସେହିସମୟରେ ବିଶେଷ ଗୁପ୍ତ ସୂଚନା ସହ ଖଣ୍ଡିୟ ବନ ଅଧିକାରୀଙ୍କ ଆଦେଶ ଅନୁସାରେ ବହୁ କାଠ ଆସବାବପତ୍ର କାଠ। ସାମଗ୍ରୀ ସାଇଜ଼ କାଠ ପଟ୍ଟା ଜବତ କରାଯାଇଥିଲା । ଏହି ଚଢ଼ାଉ ଓ ଜବତ କାର୍ଯ୍ୟକ୍ରମ ରେ ଟାଉନ୍ ଫରେଷ୍ଟର ମୂରଲୀଧର ଅନୁଗୁଲିଆ ଦିବାକର ଜେନା ରାଜେଶ ସେଠି ମୋହନ ଗୁଡିଆ  ପିଙ୍କି ରାଓ ସୁରେନ୍ଦ୍ର ଦେହୁଡି  ସଚିଦାନନ୍ଦ ଜେନା ରବିନାରାୟଣ ଖଣ୍ଡୁଆଲ ଅର୍ଜୁନ ବାଟେ ଲଳିତା ହରିଜନ ଓ ଅନେକ ପାରା ଷ୍ଟାଫ ସହଯୋଗ କରିଥିଲେ ।ମାଲକାନଗିରି ବନାଞ୍ଚଲ ପାଇଁ ଏହା ଏକ ବଡ଼ ସଫଳତା ଓ ଜବତ କାଠ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ବୋଲି ବନଂଚଳ ଅଧିକାରୀ ଶ୍ରୀ ବାସୁଦେବ ନାୟକ କହିଛନ୍ତି ।

0
0
0
s2sdefault