ସଡକ ଦୁର୍ଘଟଣାରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିକିତ୍ସା ପାଇଁ ନିଆଗଲା ରାୟପୁର 

ବରଗଡ :- ଆଜି ଦିପହର ପ୍ରାୟ ବାର ଘଣ୍ଟା ସମୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଏକ ସଡକ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ସେ ଚଳାଉଥିବା ସ୍କୁଟରରୁ ପଡିଯାଇ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସ୍ଥଳରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନା କୁ ନିଆ ଯାଇଥିଲା । ତାଙ୍କର ବାମ ହାତ ଓ ବାମ ଗୋଡ଼ରେ ଆଘାତ ଲାଗିବା ସହିତ ମୁହଁରେ ମଧ୍ୟ ଆଘାତ ଲାଗିଥିବା ଦେଖା ଯାଇଛି । ପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁର କୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ର ଖବର ପାଇବା ମାତ୍ରେ ପଦ୍ମପୁର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ପାଇକମାଲ ଡାକ୍ତରଖାନାକୁ ଆସି ଶ୍ରୀ ଅଲତାଫ ମହମ୍ମଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ତାଙ୍କର ପରିବାର ଲୋକଙ୍କର ସହିତ ଅଳ9ଚନା କରିଥିଲେ ଓ ଶ୍ରୀ ଅଲତାଫ ମହମ୍ମଦ ଙ୍କର ଦ୍ରୁତ ଅରୋଗ୍ୟ କାମନା କରିଥିଲେ ।

0
0
0
s2sdefault