କିସରେ  ପଢ଼ିବେ ମାଲକାନଗିରିର ଦୁଇ ଅସହାୟ ଶିଶୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର/ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‍ ଅନ୍ତର୍ଗତ ଜିଆଙ୍ଗ ପଞ୍ଚାୟତ ତେଲଗାବେଡ଼ା ଗ୍ରାମର ଅସହାୟ ଦୁଇଭାଇଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍ । ଦୁଇ ଭାଇଙ୍କୁ ସେମାନଙ୍କ ବାପା ମଆ ବିକ୍ରି କରି ଅନ୍ୟତ୍ର ଚାଲିଯିବା ପରେ ବଡ଼ ଭାଇ ବିକ୍ରି ହୋଇଥିବା ସ୍ଥାନରେ ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହୋଇ ସେଠାରୁ ଛାଡ଼ି ପଳାଇ ଆସିଥିଲା ।

ଏକୁଟିଆ ଭାବେ ତାକୁ ପାଇବା ପରେ ସଲପପଦରର ଅଙ୍ଗନବାଡ଼ି ଦିଦି ଜୟନ୍ତୀ ଖଡ଼ା ନିଜ ଘରେ ଆଶ୍ରୟ ଦେଇଥିଲେ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ  ସାମନ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ନିଜ କର୍ମଚାରୀଙ୍କ ଜରିଆରେ ଉକ୍ତ ଦୁଇ ଭାଇଙ୍କ ସଂପର୍କରେ ଖବର ନେବା ପରେ କିସ୍‍ରେ ରଖି ସେମାନଙ୍କ ସଂପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ କରୋନା କାଳ ହୋଇଥିବାରୁ କିସ୍‍ ଛୁଟି ଅଛି । କରୋନା କାଳ ସରିଲେ ଓ କିସ୍‍ ଖୋଲିଲେ ସରକାରୀ ନିୟମ ଅନୁସାରେ କିସ୍‍ରେ ସେମାନଙ୍କର ନାମ ଲେଖାଯିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । କିସ୍‍ ଖୋଲିବା ପର୍ଯ୍ୟନ୍ତ ଦୁଇ ଭାଇଙ୍କ ଚଳିବା ପାଇଁ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମାସିକ ୨ ହଜାର ଟଙ୍କା କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସେମାନଙ୍କ ନିକଟରେ ପହଞ୍ଚାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଆଶ୍ୱାସନା ଦେଇଛନ୍ତି । ଅସହାୟ ଦୁଇ ଭାଇଙ୍କୁ କିସ୍‍ ଫାଉଣ୍ଡେସନ୍‍ର ପକ୍ଷରୁ ସହାୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି ।

 

 

0
0
0
s2sdefault