ଧାନ ହେଲା ଅଗାଡି, କୀଟନାଶକ ପ୍ରଭାବହୀନ : ଚିନ୍ତାରେ ଚାଷୀ ଭାଇ, କେମିତି ବିତିବ  ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜବୋଡାସମ୍ବର କୄଷକ ସଂଗଠନ ଝାରବନ୍ଧ ବ୍ଳକ ତରଫରୁ ପ୍ରଶାସନକୁ ଗୁହାରୀ

ପଦ୍ମପୁର- ବାରମ୍ବାର ପାଗରେ ପରିବର୍ତ୍ତନ ତଥା ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଚାଷୀମାନେ ଏହି ଫସଲ ନଷ୍ଟ ବିଷୟରେ ଆଜି ରାଜବୋଡାସମ୍ବର କୄଷକ ସଂଗଠନ ଝାରବନ୍ଧ ବ୍ଳକ ତରଫରୁ ଝାରବନ୍ଧ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ବରଗଡ଼ ଙ୍କ ପାଖରେ ଗୁହାରୀ କରିଛନ୍ତି ।  ଚଲିତ ବର୍ଷ ଭଲ ବର୍ଷା ଯୋଗୁଁ ଧାନଚାଷ ଭଲ ଆଶାନେଇ ଧାର କରଜ କରି ଚାଷୀମାନେ ଚାଷ କରିଛନ୍ତି ହେଲେ ପ୍ରକୄତିକ ଅସହଯୋଗ ଯୋଗୁଁ ରୋଗପୋକ ଆକ୍ରନ୍ତ ଯୋଗୁଁ ଫସଲ ନଷ୍ଟ ହେଉଛି । ଧାନ ଫସଲ ଭଲ ଭାବରେ ମଞ୍ଜି ହୋଇ ନ ପାରି ଅଗାଡି ହେଉଛି । ସରକାରଙ୍କ ଦ୍ବାରା ଦିଆଯାଇଥିବା କୀଟନାଶକ କିମ୍ବା ବଜାରରୁ ଦୋକାନରୁ କିଣାଯାଇଥିବା କୀଟନାଶକ ଔଷଧ କାମକୁ ଆସୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଚଲିତ ବର୍ଷ କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ବରଗଡ଼ଙ୍କ ପାଖରେ ଗୁହାରୀ କରିଛନ୍ତି ।

0
0
0
s2sdefault