ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ଅବସରରେ ମୋ ସ୍ୱର, ଆମର ସମାନ ଭବିଷ୍ୟତ ବାର୍ତ୍ତା ପ୍ରଚାର କରାଯାଇଥିଲା । ଏଥି ସହିତ ଜିଲ୍ଲାର ସମସ୍ତ ପଞ୍ଚାୟତ କୋଭିଡ଼-୧୯ ମାର୍ଗଦର୍ଶୀକା ଅନୁପାଳନ ପୂର୍ବକ ସମାଜରେ ବାଲ୍ୟ ବିବାହକୁ ବନ୍ଦ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ, ଝିଅମାନଙ୍କର ପାଠପଢ଼ାକୁ  ଅଧାରୁ ବନ୍ଦ କରାନଯିବା, ୨୦ ବର୍ଷ ପୂର୍ବରୁ କିଶୋରୀମାନଙ୍କୁ ମା ହେବା ପାଇଁ ବାଧ୍ୟ କରାନଯିବା ଆଦି ବିଭିନ୍ନ ବିଷୟକୁ ନେଇ ଗ୍ରାମଗୁଡ଼ିକରେ ଗ୍ରାମବାସୀମାନଙ୍କୁ ଶପଥ ପାଠ କରାଯାଇଥିଲା । ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଆୟୋଜିତ ୱେବିନାର ମୟୂରଭଞ୍ଜ ଜିଲ୍ଲାରେ ବାଳିକା ଓ କିଶୋରୀମାନଙ୍କର ସମସ୍ୟାଗୁଡ଼ିକ ଉପରେ ସୂଚନା ପ୍ରଦାନ କରାଯିବା ସହ ସେଗୁଡ଼ିକର ନିରାକରଣ, କିଶୋରୀ ସଶକ୍ତିକରଣ, ବାଲ୍ୟ ବିବାହ ଓ ଶିଶୁ ଚାଲାଣ ଆଦି କୁପ୍ରଥାର ମୂଳୋପôାଟନ ନିମନ୍ତେ ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କଣ କଣ ପଦକ୍ଷେପ ଗ୍ରହଣ କରାଯିବ ସେସମ୍ପର୍କରେ ୱେବିନାରରେ ଅଂଶ ଗ୍ରହଣ କରିଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନେ ମତପୋଷଣ କରିବା ସଂଗେସଂଗେ କିଶୋରୀ ବାଳିକାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବାଲ୍ୟ ବିବାହ କରିବାକୁ ମନା କରିଥିବା ଏବଂ ସମାଜରେ କିଶୋରୀ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରିଥିବା ୫ ଜଣ କିଶୋରୀ ବାଳିକାମାନେ ଦୈନନ୍ଦିନ ଜୀବନଯାପନ ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ଦୃଢ଼ ସାମନା କରି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ଲକ୍ଷ ନେଇ ଆଗକୁ ଅଗ୍ରସର ହେବା ସମୟରେ ସେମାନଙ୍କ ପ୍ରେରଣାଦାୟୀ ଅଭିଜ୍ଞତା ଉପରେ ଆଲୋକପାତ କରାଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳଅିକାରୀ ଅନସୂୟା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଆଇସିଡ଼ିଏସ ସେଲର ସୁରକ୍ଷା ଅଧିକାରୀ ମିନତୀ ପୃଷ୍ଟି, ୟୁନିସେଫ- ଏକ୍ସନଏଡ଼ର ଜିଲ୍ଲା ପରାମର୍ଶଦାତା କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ବାଳିକା ଶିଶୁଗୃହର ପ୍ରତିନିଧି, ୱାନ ଷ୍ଟପ୍ ସେଣ୍ଟରର ପ୍ରତିନିଧି, ପରିବାର ପରାମର୍ଶ କେନ୍ଦ୍ରର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । 

 

0
0
0
s2sdefault