ହେଡଲାଇନସ୍:

ଓଡ଼ଗାଁ ବନାଞ୍ଚଳକୁ ୨ ଦିନରେ ମିଳିଲା ୨ଟି ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୭ଟି ପିଆଶାଳ, ଗମ୍ଭାଡି ଲଗ୍ ସହିତ ଶାଳ, ଶାଗୁଆନ ପଟା ଓ ଟାଟାଏସି ଜବତ

ଓଡଗାଁ (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ବନଖଣ୍ଡ ଅଧିନସ୍ଥ ଓଡଗାଁ ବନାଞ୍ଚଳ ମଦନଗାଡ଼ିଆ ନିକଟରୁ ଆଜି ବନ ବିଭାଗ ବହୁଳ ପରିମାଣର ମୂଲ୍ୟବାନ ଶାଳ ଓ ଶାଗୁଆନ ପଟା ସହିତ ଏକ ଟାଟା ଏସି ଗାଡ଼ି ଜବତ କରିଥିବା ବେଳେ ରବିବାର ଦିନ ୭ଟି ପିଆଶାଳ ଓ ଗମ୍ଭାଡି ଲଗ୍  ଜବତ କରିଛନ୍ତି ।ସୋମବାର ରାତି ପ୍ରାୟ ୮ ସମୟରେ ଓଆର ୨୫ ସି ୩୪୧୬ ନମ୍ବର ବିଶିଷ୍ଟ ଏକ ଟାଟା ଏସି ଗାଡ଼ିରେ ମୂଲ୍ୟବାନ ପଟା ଚାଲାଣ ହେଉଥିବା ଖବର ପାଇ ଜ୍ୟୋତିରଞ୍ଜନ ମାନସିଂହଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ଓ ସୁରକ୍ଷା ସ୍କ୍ୱାର୍ଡ ଗାଡ଼ିଟିକୁ ପିଛା କରିଥିଲେ | ହେଲେ ଚାଳକ ମଦନଗାଡ଼ିଆ ନିକଟରେ ଗାଡ଼ି ଛାଡି ଦେଇ ଅନ୍ଧାରର ସୁଯୋଗରେ ଫେରାର ହୋଇଯାଇଥିଲା | ବନ କର୍ମଚାରୀ ଗାଡିଟି ସହିତ ପ୍ରାୟ ୪୦ ଖଣ୍ଡ ଶାଳ ଶାଗୁଆନ ପଟା ଜବତ କରିଥିଲେ ।  ସେହିପରି ରବିବାରେ ରଙ୍ଗଣୀପାଟଣା ଛିଡାନାଳ ଦେଇ କାଠ ଆସୁଥିବା ଖବର ପାଇ ବନ କର୍ମଚାରୀ ପହଞ୍ଚିଥିବା ବେଳେ କାଠ ଚୋର କାଠ ଛାଡି ବର୍ଷାର ସୁଯୋଗରେ କେଉଁଆଡେ ଖସି ପଳାଇଥିଲେ । ନାଳ ମଧ୍ୟରୁ ବନକର୍ମଚାରୀ ୭ଟି ପିଆଶାଳ ଓ ଗମ୍ଭାଡି ଲକ୍ ଜବତ୍ କରିଥିଲେ ।ଉଭୟ ଜବତ୍ କାଠ ପଟାର ମୂଲ୍ୟ ପ୍ରାୟ ଏକଲକ୍ଷ ଟଙ୍କା ହେବ ବୋଲି ବୋଲି ବନ୍ୟାଞ୍ଚଳ ଅଧିକାରୀ ଅମ୍ରିତ ସାହୁ ସୂଚନା ଦେଇଛନ୍ତି ।

0
0
0
s2sdefault