ହେଡଲାଇନସ୍:

ହଲଧର ସାହିତ୍ୟର  ଇଂରାଜୀ ଅନୁବାଦ “କାବ୍ୟାଂଜଳୀ  -୪” ଉନ୍ମୋଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମଶ୍ରୀ ହଲଧର ନାଗଙ୍କ କାବ୍ୟର ଇଂରାଜୀ ଅନୁବାଦ ପୁସ୍ତକ “କାବ୍ୟାଂଜଳୀ-୪” ଡିଜିଟାଲାଇଜେସନ ମାଧ୍ୟମରେ ରବିବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । କବିଙ୍କ କାବ୍ୟ ‘ସୁନ୍ଦର ସାଏ’, ‘ଭିମ ଭୋଇ’ ଓ ‘ଗଙ୍ଗାଧର ମେହେର’କୁ ବିଶିଷ୍ଟ ଅନୁବାଦକ ସୁରେନ୍ଦ୍ର ନାଥ ଇଂରାଜୀରେ ‘କାବ୍ୟାଂଜଳୀ-୪’ ନାମରେ ଅନୁବାଦ କରିଛନ୍ତି । ‘ଜେନିଥ ଷ୍ଟାର’ ଦ୍ୱାରା ପ୍ରକାଶିତ ଏହି ଆନ୍ତର୍ଜାତୀକ ସଂପାଦିତ ପୁସ୍ତକଟି ଆମେରିକା ଠାରୁ ଉନ୍ମୋଚିତ ହୋଇଥିଲା । ଆମେରିକା ସ୍ଥିତ ପ୍ରାଚୀ ବେହେରା ଅନଲାଇନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉନ୍ମୋଚନ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଲଧର ନାଗ, ଅନୁବାଦକ ସୁରେନ୍ଦ୍ର ନାଥ, ଅଧ୍ୟାପକ ସୁଶାନ୍ତ ମିଶ୍ର, କବି ଅଶୋକ ପୁଜାହାରୀ ଅଂଶ ଗ୍ରହଣ କରିଥିବା ବେଲେ ଆନ୍ତର୍ଜାତିକ ସ୍ତରରୁ ଇଣ୍ଡୋ-ଆମେରିକାନ ସେବକ ଫାଉଣ୍ଡେସନର ପ୍ରଶାନ୍ତ କୁମାର ବେହେରା, କମୋଡର ଏନ୍ ସି ଷଢଙ୍ଗି ପ୍ରମୂଖ ଅଂଶ ଗ୍ରହଣ କରି ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ କବିଙ୍କ ବିଭିନ୍ନ କାବ୍ୟ କବିତାକୁ ନେଇ ସୁରେନ୍ଦ୍ର ନାଥ ପୁର୍ବରୁ କାବ୍ୟାଂଜଳୀର ତିନୋଟି ଭାଗ ପ୍ରକାଶିତ କରିଥିବା ବେଲେ ଏହା ଚତୁର୍ଥ ଭାଗ ଅଟେ । କବିଙ୍କ ସମସ୍ତକୃତୀକୁ ପର୍ଯ୍ୟାୟକ୍ରମେ ସେ ପ୍ରକାଶିତ କରିବାକୁ ନିସ୍ପତି ନେଇଥିବାର ପ୍ରକାଶ କରିଛନ୍ତି । ତାଙ୍କର ଏହି ମହତ କାମ ପାଇଁ ସାହିତିକ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସମ୍ବଲପୁରୀ କୋଶଲି ଭାଷା ପାଇଁ ଏହା ବହୁତ ବଡ ଅବଦାନ ବୋଲି ମତପ୍ରକାଶ ପାଇଛି ।   

0
0
0
s2sdefault