ହେଡଲାଇନସ୍:

ବଡ ଘର ବଡ ଗୁମର କଥା :  ଏଠି ସେକ୍ସନ ଅଫିସରଙ୍କ କଥାରେ ଉଠବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସେକ୍ସନ ଅଫିସରଙ୍କ କଥାରେ ଚାଲିଛି ଶାଖା : ଏ ସଚିବ ଫଚିବ ଆଉ କାହିଁକି ରହିବେ  ! 

ନିୟମ କାନୁନକୁ ଫୁ , ବାବୁଙ୍କ ଆଚରଣ-ଉଚ୍ଚାରଣକୁ ନେଇ କର୍ମଚାରୀ ମହଲରେ ଅଶାନ୍ତି

  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଗୃହ ବିଭାଗର ସଚିବାଳୟ ସେବା ଶାଖାକୁ ବିବାଦ କେବେବି ପିଛା ଛାଡୁନି । ଏଠି କେବେ ପଦୋନ୍ନତିରେ ଭୁଲ ତ , କେବେ ପଦକ୍ରମ ତାଲିକା ପ୍ରସ୍ତୁତିରେ ଭୁଲ । କେବେପୁଣି ଅଦାଲତକୁ ଭୁଲ ତଥ୍ୟ ଦିଆଗଲାଣି ତ , କେବେ ଅଦାଲତ ନିର୍ଦ୍ଦେଶକୁ ଭୁଲ ତର୍ଜମା କରାଗଲାଣି । କେବେ ଆଇନ ଭୁଲ ହୋଇଗଲାଣି ତ , କେବେ ବଦଳିରେ ପାତର ଅନ୍ତର କରାଗଲାଣି। ଏସବୁ ପାଇଁ ବରିଷ୍ଟ ଅଧିକାରୀଙ୍କ ଅପେକ୍ଷା ଖୋଦ ସଚିବାଳୟ ସେବାର ଅଧିକାରୀମାନେ ବେଶି ମାତ୍ରାରେ ଦାୟୀ । କେବେ ଏମାନଙ୍କ ଅଜ୍ଞତା ପାଇଁ ତ , କେବେ ଅସାଧୁ କାରବାର ପାଇଁ । ଏସବୁ ବାଦ, ଏବେ ଆଉଏକ ନୂଆ ସମସ୍ୟା ଦେଖାଦେଛି । ଏଥିପାଇଁ ସଚିବାଳୟ ସେବା ବର୍ଗରେ ଅଶାନ୍ତି ବଢିବାର ଦେଖାଦେଇଛି । 

   ବାରଜାଗା  ବୁଲିବୁଲି ଏବେ ଜଣେ ସେକ୍ସନ ଅଫିସର ବାଧ୍ୟ ବାଧ୍ୟକତାରେ ଗୃହ ବିଭାଗରେ ପହଞ୍ଚିଛନ୍ତି । ବାଧ୍ୟ ବାଧକତା କାଇଁକି !! ସେ ବିଭାଗର କିଛି ଏଏସଓଙ୍କ  ଅଭିଯୋଗ ଅନୁଯାଇ ସେ ବାବୁ ଜଣକକୁଆଡେ  ଭଲ ବିଭାଗ ଚାହୁଁଥିଲେ , କିନ୍ତୁ ଶେଷରେ ତା’ଙ୍କୁ ଗୃହ ବିଭାରେ ରହିବାକୁପଡିଲା । ଏକ ପୁଲିସ ସମ୍ପର୍କିତ ଶାଖାରେ ତା’ଙ୍କୁ କାମ ଦିଆଗଲା । ପୂର୍ବପରିଚିତ ଅତିରିକ୍ତ ଶାସନ ସଚିବଙ୍କୁ ହାତକରି ସଚିବାଳୟ ସେବାଶାଖାର ଅତିରିକ୍ତ ଦାୟିତ୍ଵ ହାତେଇଲେ । କାମ ଆରମ୍ଭରୁ ବିଭ୍ରାଟ ଦେଖାଦେଲା । ନିଜ କାମବାଦ ସେ ଅନ୍ୟ କାମରେ ମଧ୍ୟ ଦଖଲ ଦେଲେ । ଅତିରିକ୍ତ ଶାସନ ସଚିବଙ୍କୁ ଧରି ନିଜଇଚ୍ଛା ଅନୁସାରେ କାମ କରାଇବାକୁ  ଚେଷ୍ଟାକଲେ । କୌଣସି କାରଣ ନଥାଇ ବ୍ୟକ୍ତିଗତ ଆକ୍ରୋଶରେ ଶ୍ରମ ବିଭାଗର ଅନୁଶାସନ ସଚିବଙ୍କୁ ବଦଳି କରାଇଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ହସ୍ତକ୍ଷେପ ଯୋଗୁଁ ଏ ବଦଳି ବାତିଲ ହେଲା । ଏଥିରୁ ସମ୍ପୃକ୍ତ ଅତିରିକ୍ତ ଶାସନ ସଚିବ କିଛି ଶିଖିଲେ ନ।ହିଁ । ବାରମ୍ବାର ଉକ୍ତ ସେକ୍ସନ ଅଫିସରଙ୍କ କଥାରେ ଚାଲିଲେ । ଗୋଟିଏ ପରେ ଗୋଟିଏ ଭୁଲ ହୋଇଚାଲିଲା । ସେ ପୁନର୍ବାସ ଥଇଥାନ ଯୋଜନାରେ ଚାକିରି ପାଇଥିବାରୁ, ସେ ସମ୍ପର୍କିତ ନଥିରେ ସେକ୍ସନ ଅଫିସର ମହାଶୟ ଆଇନ ଓ କୋର୍ଟ ନିର୍ଦେଶକୁ ଅଣଦେଖା କରି ଅତିରିକ୍ତ ଶାସନ ସଚିବଙ୍କ ହାତରେ ଫଇସଲା କରାଇନେବାକୁ ଚେଷ୍ଟା କଲେ । ଏଥିପାଇଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା । ବିଧି ଅଧିକାରୀ ବନାମ ସଚିବାଳୟ ସେବା ମାମଲାରେ ଅଦାଲତରେ ମାମଲା ବିଚାରାଧୀନ ଥିବା ସମୟରେ , ସେ ବିଧି ଅଧିକାରୀଙ୍କ ସପକ୍ଷରେ ଯାଇ ସେମାନଙ୍କୁ ପଦୋନ୍ନତି ଦେବାକୁ ଦିନରାତି ମସୁଧା ଚଳାଇଲେ । ମୋଟା ଅଙ୍କର ଅର୍ଥ ଏଥିପାଇଁ  କାରବାର ହୋଇଥିବାର ଅଭିଯୋଗ ହୁଏ।  ସତ କଣ ଆଉ ମିଛ କଣ ତାହା ଦେବା ଲୋକ ଓ ନେବା ଲୋକଙ୍କୁ ଜଣା | ଏପରିକି ସେ ନିଜ କ୍ୟାଡର ବିପକ୍ଷରେ ଯିବାକୁ ପଛାଇଲେ ନ।ହିଁ। ଅନେକ ହଇଚଇ ହେବାରୁ ଓ ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଏହା ବନ୍ଦ ରହିଲା । 

କେବଳ ଏତିକିରେ ଶେଷ ହେଲାନ।ହିଁ  ସେକ୍ସନ ଅଫିସରଙ୍କ କାରନାମା । ସଚିବାଳୟ ସେବାର ଭାଇଚାରାକୁ ମଧ୍ୟ ସେ ଦଳିଦେଲେ । ତାଙ୍କଠାରୁ ପଦବୀ,  ବ୍ୟାଚ, ଏପରିକି ୧୫ /୧୭ ବର୍ଷ ବୟସରେ ବଡ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କଲେ । ଯିଏ ଶାଖାକୁ କିଛି ବିଝିବାକୁ ଗଲା , ତାକୁ ଦୂର ଦୂର , ମାର, ମାର କଲେ। କାହାକୁ ଜନ୍ତୁ ବୋଲି କହିଲେ ତ , କାହାକୁ ଜୀବନ ଖାଇବାକୁ ଆସିଗଲେ ବୋଲି କଟାକ୍ଷ କଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମଧ୍ୟ  ଅର୍ଡରଟିଏ ବାହାରିବାକୁ ଅଧିକାରୀଙ୍କୁ ଦିନ ଦିନ ବାରଣ୍ଡାରେ ଛିଡାହେବାକୁ ପଡିଲା । ଦିନକୁ ଦିନ ତାଙ୍କ ଦୁର୍ବ୍ୟବହାର ବଢିବାକୁ ଲାଗିଛି । ସେଦିନର ଅତିରିକ୍ତ ଶାସନ ସଚିବ ଆଜି  ଓ. ଏସ.ଡି.। ଓ. ଏସ.ଡି ଙ୍କ ଉପରେ ସଚିବଙ୍କ ଭରଷା ଅଛି ।  ଡିପାର୍ଟମେଣ୍ଟରେ ଚର୍ଚା, ଓ.ଏସ.ଡିଙ୍କୁ ସେ ବାବଦ କାମ ଜଣାନଥିବାରୁ ସେ ଏବାବୁଙ୍କ ଉପରେ ନିର୍ଭର କରନ୍ତି । ତେଣୁ ସେକ୍ସନ ଅଫିସର ବାବୁ ପୁରା କ୍ଷମତାଶାଳି ହୋଇଯାଇଛନ୍ତି । ତାଙ୍କର ଅତୀତର ସମସ୍ତ କାର୍ଯ୍ୟକଳାପର ନଥି ବିଭାଗର କର୍ମଚାରୀ ମାନେ ଏକାଠି କରିସାରିଲେଣି  । ଖୁବ ଶୀଘ୍ର  ସେସବୁ ସଚିବ , ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି | 

 

0
0
0
s2sdefault