ହେଡଲାଇନସ୍:

୮୮ତମ କୁହୁଡ଼ି ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ୨୧ରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର : ଭାରତର ମୁକ୍ତି ସଂଗ୍ରାମରେ ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଏକ ପ୍ରମୁଖ ଘଟଣା । ସାବରମତି ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀଙ୍କଉକ୍ତ ଯାତ୍ରା ଅନୁସରଣରେ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏହି ସତ୍ୟାଗ୍ରହ କରାଯାଇଥିବା ବେଳେ, ଆମ ଓଡ଼ିଶାର କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ କୁହୁଡ଼ିଠାରେ ସତ୍ୟାଗ୍ରହୀମାନେ ଲବଣ ଆଇନ ଅମାନ୍ୟ କରି ଇଂରେଜମାନଙ୍କ ଲାଠିଚାଳନାରେ ଲହୁ ଲୁହାଣ ହୋଇ କାରାବରଣ କରିଥିଲେ । ସେହି ପୂର୍ବଜମାନଙ୍କର ବୀରତ୍ୱର ସ୍ମୃତିକୁ ମନେ ପକାଇବା ପାଇଁ ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ, ପୁରୀ ଓ ଉକ୍ରଳ ସଂଗ୍ରାମୀ ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ତା ୨୧.୦୫.୨୦୧୮ରିଖ ସୋମବାର ଦିନ ସକାଳ ୯.୦୦ ଘଟିକା ସମୟରେ ସଂଗ୍ରାମୀ ସ୍ମୃତି ପୀଠ କୁହୁଡ଼ିଠାରେ ଲବଣ ସତ୍ୟାଗ୍ରହ ସ୍ମାରକୀ ଉତ୍ସବ ପାଳନ କରାଯିବ ।

ଉକ୍ତ ବର୍ଣ୍ଣାଢ଼୍ୟ ସମାରୋହରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପଦ୍ମଶ୍ରୀ  ଭବାନୀ ଚରଣ ପଟ୍ଟନାୟକ ଉଦ୍ଘାଟକ ଓ ମହିଳା ଓ ଶିଶୁ ବିକାଶ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ. ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେବେ` |  ମାନ୍ୟବର ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡଃ. ଅଚ୍ୟୁତ  ସାମନ୍ତ ଜଗତସିଂହପୁର ସଂସଦ ; ଡା. କୁଳମଣି ସାମଲ, ପୂର୍ବତନ ମନ୍ତ୍ରୀ ତଥା ଯୋଜନାବୋର୍ଡର ପୂର୍ବ ଉପାଧ୍ୟକ୍ଷ  ସୁରେନ୍ଦ୍ର ନାଥ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | 

ଓଡ଼ିଶା ଉକ୍ତ ଉତ୍ସବରେ ଉକ୍ରଳ ସଂଗ୍ରାମୀ ସ୍ମୃତି ସମିତିର ସଭାପତି  ସୋମନାଥ ପାତ୍ର ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ  ମାନସ ରଞ୍ଜନବିଶ୍ୱାଳ, (ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ) ସଭା ସଂଯୋଜନା କରିବେ । ପୁନଶ୍ଚ ଦିବଂଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦାୟାଦମାନଙ୍କୁ ପ୍ରୋକ୍ତ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବା ସହିତ ଅସ୍ତରଙ୍କ ବ୍ଳକସ୍ଥିତ ଉଚ୍ଚ ବିଦ୍ୟାଳୟସ୍ତରରେ  ପ୍ରତିଷ୍ଠା  ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି |

0
0
0
s2sdefault