ଟେମରୀ ଗ୍ରାମର ଶ୍ରମିକ ମାନେ ପ୍ରତିଶ୍ରୁତି ପରେ ଧାରଣାର ପ୍ରତ୍ୟାହାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅଧିନସ୍ଥ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମର ଶ୍ରମିକ ମାନେ ଆଜକୁ ଦୁଇଦିନ ହେଲା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ  । ପ୍ରଶାସନ ର ପ୍ରତିଶ୍ରୁତି ପରେ ଗଣଧାରଣା ରୁ ଉଠିବାର ଖବର  ଜଣା ପଡିଛି  । ସୂଚନା ଅନୁସାରେ ଶ୍ରମିକ ମାନେ ମନରେଗା ଯୋଜନା ରେ ମାଟି ବୁହା କାମ କରିଥିଲେ । ଛଅ ମାସ ହେଲା ଆଜି ପର୍ଯ୍ୟନ୍ତ କରିଥିବା କାମର ପାଉଣା ଗୋଟିଏ ସପ୍ତାହ ର ପାଇଥିବା ବେଳେ ଦୁଇ ସପ୍ତାହ କାମର ପାଉଣା ପାଇ ନଥିବା ହେତୁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ରେ ବସିଥିଲେ  । ପାଇକମାଲ ବ୍ଲକ ବିଡିଓ ସୁରେନ୍ଦ୍ର କୁମାର ମେହେର, ବ୍ଲକ ଅଧ୍ୟକ୍ଷ ଅଳତାପ ମହମ୍ମଦ, ବ୍ଲକ ଜେଇ ଓ ପାଇକମାଲ ପୋଲିସ ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ବୁଝାସୁଝା କରି ଆସନ୍ତା ତା ୧୨ ସୋମବାର ଦିନ ସମସ୍ତ ଶ୍ରମିକ ମାନଙ୍କର ପାଉଣା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗଣଧାରଣା ରୁ ଶ୍ରମିକ ମାନେ ଉଠିଥିଲେ । ଏଇ ଗଣ ଧାରଣାରେ ଶାରଦୀପ ସୁନା,ଜପ ବାଗ,ଭଗବାନ ବଛା, ମହେନ୍ଦ୍ର ବାଗ,ଭଗବାନ ମହାନନ୍ଦ, ହେମନ୍ତ ନାଗ,ରୁଦୁନା ମହାନନ୍ଦ, ସୁଶାନ୍ତ ବାଗ,ମଦନ ସାହୁଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ମାନେ ସାମିଲ ହୋଇଥିଲେ  ।  

0
0
0
s2sdefault