ହେଡଲାଇନସ୍:

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ ଅମଲା  ସଙ୍ଘର ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 18-05-18-padampur.jpg - 135.47 kB

ପଦ୍ମପୁର-ଶୁକ୍ରବାରଦିନ  ଉପଜିଲ୍ଲାପାଳ ପଦ୍ମପୁରଙ୍କ ସଭାଗୄହରେ ଓଡ଼ିଶା ରାଜସ୍ବ ଅମଲା ସଙ୍ଘ ପଦ୍ମପୁର ଉପଖଣ୍ଡ ଶାଖା ଆନୁକୂଲ୍ୟରେ ରାଜ୍ୟ ସଙ୍ଘ ତରଫରୁ ୪ ଦଫା ଦାବୀ ପୂରଣ ପାଇଁ ଆହ୍ୱାନ ଦିଆଯାଇଥିବା ସମୂହ ଛୁଟି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜସ୍ବ ଅମଲା ମାନଙ୍କର ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ଯୋଗଦାନ ଦାବି ପୂରଣ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ । ଏହା ସହିତ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଏହି ସଭାରେ ବରଗଡ଼ ଜିଲ୍ଲା ରାଜସ୍ବ ଅମଲା ସଙ୍ଘର ସଭାପତି  ଲୋକେଶ୍ବର ସାହୁ ,ସମ୍ପାଦକ ଶିବଶଙ୍କର ଦୋରା,ଉପଦେଷ୍ଟା ତ୍ରିଲୋଚନ ସାହୁ, ଯତିନ୍ଦ୍ର ଝାଙ୍କର,କାନ୍ତେଶ୍ବର ଭୁଏ,ପ୍ରଶାନ୍ତ କୁମାର ମିଶ୍ର,ତୁଷାର କାନ୍ତ ପ୍ରଧାନ,ଗୌରାଙ୍ଗ ଚରଣ ଦେବତା,ପ୍ରକାଶ ମିଶ୍ର,ଡିଲେଶ୍ବର ଭୁଏ,ପ୍ରେମମଞ୍ଜରୀ କନ୍ଧେର ପ୍ରମୁଖ ଯୋଗଦାନ କରି ଉପସ୍ଥିତ ରାଜସ୍ବ ଅମଲା ମାନଙ୍କୁ ଉଦବୋଧନ ଦେଇଥିଲେ ।ସୂଚନାଯୋଗ୍ୟ କି ରାଜ୍ୟବ୍ୟାପି ରାଜସ୍ବ ଅମଲା ମାନେତାଙ୍କର ୪ ଦଫା ଦାବି ପୂରଣ ନେଇ ଗତ ୧ ମଇରୁ ସମୂହ ଛୁଟି ନେଇ ଆନ୍ଦୋଳନ ଚଳାଇଛନ୍ତି ।ଏହି କ୍ରମରେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ରାଜସ୍ବ ଅମଲା ମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ସମୂହ ଛୁଟିରେ ଅଛନ୍ତି ।ଏଥିପାଇଁ ଉପଖଣ୍ଡର ସମସ୍ତ ବ୍ଳକ,ତହସିଲ, ଆଇସିଡିଏସ,ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେସରକାରୀ କାମ ପ୍ରାୟ ବନ୍ଦ ରହିଛି ଏବଂ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣ ହେଉଛନ୍ତି । ଜନସାଧାରଣ ରେ ଦାବୀ ହୁଏ ସରକାର ଅମଲା ମାନଙ୍କର ନ୍ୟାଯ୍ୟ ଦାବୀ ଗୁଡିକ ଉପରେ ଶୀଘ୍ର ନିଷ୍ପତ୍ତି ନେଇ ଆନ୍ଦୋଳନ ପ୍ରତ୍ୟାହାର ପୂର୍ବକ ସରକାରୀ କାର୍ଯ୍ୟାଳୟର ପରିସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣନ୍ତୁ।

 

0
0
0
s2sdefault