ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ " ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ”

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି / ବି ଶ୍ରୀନିବାସ ପାତ୍ର : ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକୁଲ୍ୟରେ ଅନଲାଇନ ମାଧ୍ୟମରେ " ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ” ସମ୍ପର୍କିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ର ବିଚାରପତି ଶ୍ରୀ ଅମରେଶ ନାୟକ ଏବଂ ମାଲକାନଗିରି କଲେଜ ର ଅଧ୍ୟାପକ ଡା . ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ରହି ଅନଲାଇନ ମାଧ୍ୟମରେ ଭାଗ ନେଇଥିବା ସମସ୍ତ ସ୍ୱେଚ୍ଛାସେବୀ  ଓ ଛାତ୍ର ଛାତ୍ରୀଙ୍କୁ , ମାନସିକ ବ୍ୟକ୍ତିଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ନେବା ପାଇଁ ଓ ସ୍ବାସ୍ଥ୍ୟ କର୍ମୀ ସରକାରଙ୍କ ଦ୍ବାରା ପ୍ରଦତ ବିଭିନ୍ନ ଯୋଜନା ତଥା ସ୍ବାସ୍ଥ୍ୟ ବିଭାଗ ର ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ଓ ଆଇନ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୮୩ ରୁ ଉଦ୍ଧ ଶ୍ୱେଛା ସେବି ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ମହିଳାଙ୍କ ସମ୍ପତିଗତ ଅଧିକାର , ସାମ୍ବିଧାନିକ ଅଧିକାର , ଭରଣ ପୋଷଣ ଆଇନ ଭଳି ବିଭିନ୍ନ ଦିଗ ରେ ଆଲୋକପାତ କରାଯାଇଥିଲା । ଶେଷରେ ଆଇନ ସେବା ପ୍ରାଧିକରଣ ର ସଚିବ ସରକାରଙ୍କ ଦ୍ଵାରା ପ୍ରଦତ ବିଭିନ୍ନ ଜନମଙ୍ଗଳକକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା , ମଧସ୍ଥିତା ଓ ଆପୋସ ମିଳାମିଶା ମାଧ୍ୟମରେ ମାମଲା ର ସମାଧାନ ଏବଂ ଜାତୀୟ ଆଇନ ସେବାପ୍ରାଧିକରଣ ଦ୍ଵାରା ପ୍ରଦତ୍ତ ୧୦ ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ ଏବଂ ବର୍ତ୍ତମାନ ଚାଲିଥିବା କୋରନା ମହାମାରୀରୁ କିପରି ନିଜକୁ ସୁରକ୍ଷା କରିପାରିବା ତାହା ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ 

0
0
0
s2sdefault