ଆଠମଲ୍ଲିକ:MGNREGS ସଚେତନତା ରଥର ଶୁଭାରମ୍ଭ...

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ/ସନ୍ତୋଷ ମେହେର-ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକରେ ଫାଉଣ୍ଡେସନ ଫର  ଇମେଲୋଜିକାଲ ସିକୁରିଟି (FES) ଅନୁଗୋଳ ଏବଂ ଆଠମଲ୍ଲିକ ବ୍ଲକର ସହଯୋଗରେ ଗତକାଲି ସକାଳ 9ଘଟିକା ସମୟରେ ଆଠମଲ୍ଲିକ ବ୍ଲକ ସମ୍ମୁଖରୁ ଏକ MGNREGS ସଚେତନତା ରଥର ଶୁଭାରମ୍ଭ କରାଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଅନୁଗୋଳର FES କର୍ମକର୍ତ୍ତା ଏବଂ ଆଠମଲ୍ଲିକ ବ୍ଲକର ସମସ୍ତ ପଞ୍ଚାୟତ ସାଧନ କର୍ମୀ (PRP) ଙ୍କ ଉପସ୍ଥିତିରେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଆଚାର୍ଯ୍ୟ ଶୁଭ ଉଦଘାଟନ କରିଥିଲେ I ସରକାରଙ୍କର ପଞ୍ଚାୟତ ସ୍ଥରୀୟ ସମସ୍ତ ଯୋଜନା ଏବଂ କରୋନା ସଚେତନତା ବାର୍ତ୍ତାକୁ ପ୍ରତ୍ୟେକ ଗ୍ରାମର ସବୁଘରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ଆଚାର୍ଯ୍ୟ ପରାମର୍ଶ ଦେଇଥିଲେ I ସାମାଜିକ ସୁରକ୍ଷା,  MGNREGS, ଆଦି ଲୋକାଭିମୁଖୀ ଯୋଜନାକୁ ଗ୍ରାମପଞ୍ଚାୟତର ସହଭାଗୀତାରେ ସୁଗମ ଓ ସରଳ ଉପାୟରେ କେମିତି ଲୋକଙ୍କ ପାଖକୁ ପହଂଚି ପାରିବ ତାହା ସାଧନ କର୍ମୀଙ୍କ ସହ ଆଲୋଚନା କରିଥିଲେ I ସାଧନ କର୍ମୀ (PRP) ମାନଙ୍କ ଭୂମିକା ଆଗାମୀ ଦିନରେ ଆମ ବ୍ଲକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି BDO ଶ୍ରୀଯୁକ୍ତ ଆଚାର୍ଯ୍ୟ ମତ ବ୍ୟକ୍ତ କରିଥିଲେ I

0
0
0
s2sdefault