ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା : ଆସନ୍ତା ୧୧ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିପାଇଁ ଯେଉଁମାନେ ପାହାଡ ଉପରେ ବିପଦ ସଙ୍କୁଳ ସ୍ଥାନ କିମ୍ବା  landslide ସମ୍ଭାବିତ କ୍ଷେତ୍ରରେ ରହୁଛନ୍ତି ସେମାନେ ଦୟା ପୂର୍ବକ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଉଚିତ ସମୟରେ ନିରାପଦ ସ୍ଥାନ ତଥା ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଚାଲିଆସନ୍ତୁ। ମୁ ସମଗ୍ର ଜିଲ୍ଲାବସୀଙ୍କୁ ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛି ବୋଲି ଏକ ଲିଖିତ ପ୍ରେସ ବିବୃତି ଓ ଭିଡିଓ ବର୍ତ୍ତାରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା।

0
0
0
s2sdefault