ହେଡଲାଇନସ୍:

ପାଇକମାଲ ଓ ଝାରବନ୍ଧ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକଙ୍କ ସହ ମିଶିଲେ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା 

ବରଗଡ:- ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ନିରଞ୍ଜନ ସାହୁ ଆଜି ପାଇକମାଲ ଓ ଝାରବନ୍ଧ ଗସ୍ତରେ ଆସିଥିଲେ । ସର୍ବପ୍ରଥମେ ଶ୍ରୀ ସାହୁ ନୃସିଂହନାଥ ମନ୍ଦିର ପହଂଚି ଥିଲେ । କୋବିଡ଼ କଟକଣା କାରଣରୁ ମନ୍ଦିର ଦର୍ଶନ ଉପରେ କଟକଣା ଥିବା କାରଣରୁ ସିଂହଦ୍ୱାରର 100 ମିଟର ଦୂରରୁ ବ୍ୟାରିକେଡ଼ ପାଖରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଗସ୍ତ କାର୍ଯକ୍ରମ ଆରମ୍ଭ କରିଥିଲେ । 

   ଏହାପରେ ଶ୍ରୀ ସାହୁ ଝାରବନ୍ଧ ବ୍ଲକ ଅଧିନସ୍ଥ ଟୁଙ୍ଗିଦାଦର ଗ୍ରାମକୁ ଯାଇ କାଡ଼ା ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ  ସରଜମିନ ଅନୁଧ୍ୟାନ କରିଥିଲେ| ପାଣି ପଞ୍ଚାୟତ ର କର୍ମକର୍ତ୍ତା ତଥା ସଭ୍ୟ ମାନଙ୍କର ସହିତ ଆଲୋଚନା କରିଥିଲେ । ଏହାପରେ ସେ ଝାରବନ୍ଧ ବ୍ଲକ ଅଫିସରେ ପହଂଚିଥିଲେ । ବ୍ଲକ ଅଫିସଠାରେ ଶ୍ରୀ ସାହୁଙ୍କୁ ସ୍ଥାନୀୟ ଜନସାଧାରଣଙ୍କର ଦ୍ୱାରା ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ସାହୁ ୧୯୯୦ ରୁ ୧୯୯୩ ପର୍ଯନ୍ତ ତିନିବର୍ଷ ଝାରବନ୍ଧ ବ୍ଲକରେ ବିଡ଼ିଓ ଭାବରେ କାର୍ଯ୍ୟ  ତୁଲାଇ ସାରିଛନ୍ତି । ଅନେକ ସମୟ ଧରି ଝାରବନ୍ଧର ଲୋକଙ୍କର ସହିତ ବିଭିନ୍ନ ଆଲୋଚନା କରି ଶ୍ରୀ ସାହୁ ଅତ୍ୟନ୍ତ ଖୁସି ଅନୁଭବ କରୁଥିବାର ଦେଖାଯାଇଥିଲା । ଝାରବନ୍ଧର ଜନସାଧାରଣ ମଧ୍ୟ ଆଜି ଶ୍ରୀ ସାହୁ ଙ୍କୁ ନିଜ  ଗହଣରେ ପାଇ ଅତ୍ୟନ୍ତ ଖୁସି ଜାହିର କରି ଖୋଲା ମନରେ ଆଲୋଚନା କରିଥିଲେ । ବ୍ଲକ ଅଫିସରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ପରେ ଶ୍ରୀ ସାହୁ ତହସିଲଦାରଙ୍କର ଅଫିସ କୁ ଯାଇ ସେଠାରେ ସମୀକ୍ଷା କାର୍ଯ୍ୟକ୍ରମ କରିବା ସହିତ ଲୋକେ କିଭଳି ସହଜରେ ସମସ୍ତ ସରକାରୀ ସୁବିଧା ଶୀଘ୍ର ପାଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ । ଏହାପରେ ଶ୍ରୀ ସାହୁ ଜଗଦଲପୁର ପଟରୁ ପଦ୍ମପୁରକୁ ଫେରିଯାଇଥିଲେ । 

   RDC ଙ୍କର ଏହି ଗସ୍ତ କାର୍ଯକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ବରଗଡ଼ ପିଡି ଡ଼ିଆରଡ଼ିଏ ଶ୍ରୀ କୃତିବାସ ରାଉତ, ଝାରବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ରୁନୁ ଲାକ୍ରା , ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ,  ତହସିଲଦାର ସୀମା ସବିତା କୁଲୁ , ଉପଖଣ୍ଡ ସୂଚନା ଅଧିକାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଓ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଓ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରେନ୍ଦ୍ର ମେହେର ପ୍ରମୁଖ ପାଇକମାଲ ଠାରେ ଉପସ୍ଥିତ ଥିଲେ ।

0
0
0
s2sdefault