ହେଡଲାଇନସ୍:

"ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଟଗାଁ ମହୋତ୍ସବ ଉଦଘାଟିତ 

18-05-18-bol.jpg - 81.49 kB

ବଲାଙ୍ଗିର/ପୁଇଁତଲା/niroj mishra - ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ । ଅତୀତରେ ଏହି ଗାଁର ବୀର ପୁରୁଷମାନେ ପାଟଣା ରାଜ୍ୟର ଶାସନତନ୍ତ୍ରକୁ ମଜବୁତ୍ କରିବା ସହ ନିଜସ୍ୱ ବୀରତ୍ୱରେ ସମଗ୍ର ଅଂଚଳକୁ ଆଲୋକିତ କରିଥିଲେ ବୋଲି ଆଟଗାଁ ସ୍ଥିତ ମହଲ ପଡିଆ ଠାରେ ଧରମ ସିଂ ମାଝୀ ସ୍ମୃତି କମିଟୀ ଓ ପରିବର୍ତ୍ତନ ତରଫରୁ ଆୟୋଜିତ ଆଟଗାଁ ମହୋତ୍ସବର ଉଦଘାଟନୀ ଉତ୍ସବରେ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । 

ମୁଖ୍ୟ ଅତିଥି ଭାବେ ବିଧାୟକ ପଦମପୁର ପ୍ରଦୀପ ପୁରୋହିତ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଡିଏଭି କଲେଜ ଟିଟିଲାଗଡ ଡ. ଶିବ ପ୍ରସାଦ ନନ୍ଦ, ସମ୍ମାନୀତ ଅତିଥି ଭାବେ ସଭାପତି ବି.ଡି.ସି.ସି ବ୍ୟାଙ୍କ ବଲାଙ୍ଗିର ଲକ୍ଷ୍ମଣ ମେହେର  ଓ ବିଡିଓ, ପୁଇଁତଳା ପ୍ରବୀଣ ବାଣୁଆ ଯୋଗ ଦେଇଥିଲେ । ସ୍ମୃତି କମିଟୀ ର ସଭାପତି ବିପିନ ବିହାରୀ ଭୋଇ ଓ ସମ୍ପାଦକ କାଳିନ୍ଦୀ ମାଝୀ ମଞ୍ଚାସୀନ ଥିଲେ । ସଭାପତି ନିଖୀଳ ବହିଦାର ସ୍ୱାଗତ ଭାଷଣ ଦେଇଥିବା ବେଳେ  କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ‘ପରିବର୍ତ୍ତନ’ ର ସମ୍ପାଦକ ମୁକେଶ ବହିଦାର । ଧନ୍ୟବାଦ ଦେଇଥିଲେ ସ୍ମୃତି କମିଟୀର ସଭାପତି ବିପିନ ବିହାରୀ ଭୋଇ । ସଭାପରେ ଘୁଙ୍ଗୁର କଳା ପରିଷଦ  ପୁଇଁତଳା ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । 

0
0
0
s2sdefault