ହେଡଲାଇନସ୍:

ଜନ ଆନ୍ଦୋଳନ ଆରଂଭ  କଲେ ପ୍ରଧାନମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ/ ଶାସକ ପ୍ରଶାସକ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଏକ ଜନ ଆନ୍ଦୋଳନର ଶୁଭାରମ୍ଭ କରିବା ସହ କରୋନା ବିରୋଧୀ ଲଢେଇରେ ସମସ୍ତଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ମାଧ୍ୟମରେ କରୋନା ବିରୋଧୀ ଲଢେଇରେ ସମସ୍ତେ ଏକଜୁଟ ହେବାକୁ ନିବେଦନ କରିଛନ୍ତି । ‘ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରଖିବା ଓ ଦୁଇ ଗଜ ଦୂରତା ଅବଲମ୍ବନର ଅଭ୍ୟାସ କରିବା’ ମୁଖ୍ୟ ସନ୍ଦେଶକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ସମସ୍ତେ ମିଶି ସଫଳ ହେବା ଓ କୋଭିଡ-19 ବିରୋଧୀ ଲଢେଇରେ ଜିତିବା ।

ଲୋକଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଅନୁଯାୟୀ ସଭିଏଁ କୋଭିଡ-19 ଉପଯୁକ୍ତ ଆଚରଣ ଅବଲମ୍ବନ କରିବା ପାଇଁ ଶପଥ ନେବେ । କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ /ବିଭାଗ, ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଂଚଳ ନିମ୍ନଲିଖିତ ବିଷୟ ସମ୍ବଳିତ ସମ୍ମିଳିତ କାର୍ଯ୍ୟ ଯୋଜନା ଲାଗୁ କରିବେ:

•       ଅଧିକ ପଜିଟିଭ ମାମଲା ଥିବା ଜିଲ୍ଲାଗୁଡିକରେ ଅଧିକ ପ୍ରଚାର ଅଭିଯାନ କରାଯିବ 

•       ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଁଚିବାକୁ ସରଳ ଓ ସହଜରେ ବୁଝି ହେଉଥିବା ବାର୍ତ୍ତା ପ୍ରସାର 

•       ସମସ୍ତ ମିଡିଆ ମଂଚର ଉପଯୋଗ କରି ସାରା ଦେଶରେ ଏହି ଅଭିଯାନର ପ୍ରସାର

•       ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବ, ଆଗଧାଡିର କାର୍ଯ୍ୟକର୍ତ୍ତାଙ୍କୁ ସାମିଲ କରାଯିବ ଓ ସରକାରୀ ଯୋଜନାର ହିତାଧିକାରୀ ଏହି ପ୍ରଚାରର ଅନ୍ୟତମ ଲକ୍ଷ୍ୟ ହେବେ 

•       ସରକାରୀ ପରିସରରେ ହୋର୍ଡିଂ/ୱାଲ ପେଣ୍ଟିଂ ଓ ଇଲେକ୍ଟ୍ରୋନିକ ଡିସପ୍ଲେ ବୋର୍ଡ    ଲଗାଇବା

•       ଘରେ ଘରେ ବାର୍ତ୍ତା ପହଁଚାଇବା ପାଇଁ ସ୍ଥାନୀୟ ଓ ଜାତୀୟ ସ୍ତରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାମିଲ କରିବା

•       ନିୟମିତ ଭାବେ ସଚେତନତା ସୃଷ୍ଟି କରିବା ପାଇଁ ମୋବାଇଲ ଭ୍ୟାନ ବ୍ୟବହାର କରିବା

•       ସଚେତନତା ସୃଷ୍ଟି ପାଇଁ ଅଡିଓ ବାର୍ତ୍ତା, ପାମ୍ଫଲେଟ ଓ ପୁସ୍ତିକା ବ୍ୟବହାର 

•       କୋଭିଡ ବାର୍ତ୍ତା ପ୍ରସାରଣ ପାଇଁ ସ୍ଥାନୀୟ କେବଲ ଅପରେଟରମାନଙ୍କ ସହାୟତା ନେବା

•       ଏହି ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ମଂଚରେ ସମନ୍ୱିତ ମିଡିଆ ଅଭିଯାନ      ଚଳାଇବା

 

0
0
0
s2sdefault