ହେଡଲାଇନସ୍:

ତପ୍ତପାଣି ପାନ୍ଥନିବାସ ଠାରେ "ଓଡିଶା ମୋ ପରିବାର" ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା ତପ୍ତପାଣି ସ୍ଥିତ ପାନ୍ଥ ନିବାସ ଠାରେ ମୋହନା ବ୍ଳକ ର ବିଜେଡି କର୍ମକର୍ତ୍ତା ମାନଙ୍କୁ ନେଇ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରାରମ୍ଭରେ ନିକଟରେ ମୃତ୍ୟୁ ହୋଇଥିବା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୋହନା ବ୍ଳକର ବରିଷ୍ଠ ବିଜେଡି କର୍ମୀ ମାଇକେଲ ଥୋମାସ୍ ଙ୍କ ଆତ୍ମାର ଶାନ୍ତି ନିମନ୍ତେ ସର୍ବ ପ୍ରଥମେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ଓ ତା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।

 ବୈଠକରେ "ଓଡିଶା ମୋ ପରିବାର" ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଚଳିତ ମାସ ୧୫ ତାରିଖ ଗୁରୁବାର ଦିନ ମୋହନା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଥିଲା । ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ରକ୍ତ ଅଭାବରୁ ଯେପରି କେହି ମରିବେ ନାହିଁ , ସେହି ଆଦେଶକୁ ପାଳନ କରି ଏହି କାର୍ଯ୍ୟକ୍ରମ ଚାଲୁ ରହିଛି।  ଆମେ ସମସ୍ତେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କଲେ ଯାଇ କରୋନା ଦାଉରୁ ରକ୍ଷା ପାଇପାରିବା  ବୋଲି ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ କହିଥିଲେ।

 ଏହି ବୈଠକରେ ଗଜପତି ଜିଲ୍ଲାର ବିଜେଡି ଉପସଭାପତି ତଥା ସମାଜସେବୀ ଦଣ୍ଡାସୀ ସାହୁ , ମୋହନା ବ୍ଳକର ଅଧ୍ୟକ୍ଷ ଶୁକି ଶବର , ଉପାଧ୍ୟକ୍ଷ ବାଲିମା ଅଧିକାରୀ , ବ୍ଲକ ବିଜେଡି ସଭାପତି ଶ୍ରୀ ରଂଜୀବ ଶବର , ବିଜେଡି ଜିଲ୍ଲା ସଂପାଦକ ମଧୁ ନାୟକ , ଜିଲ୍ଲା ପରିଷଦ ସଭ୍ୟା ସ୍ନିଗ୍ଧା ରାଣୀ ରଣସିଂହ ,  ବରିଷ୍ଠ ବିଜେଡି ସଦସ୍ୟ ରାଜେନ୍ଦ୍ର ନାୟକ , ବାଲେନ୍ତିନା ମାଝୀ ,  ହରି ପାତ୍ର , ରାଜୁ ସାହୁ  , କୃଷକ ନେତା ଉମା ସାହୁ ,  ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ବିଜେଡି କର୍ମୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।   

0
0
0
s2sdefault