ହେଡଲାଇନସ୍:

"ସାହିତ୍ୟ ସୃଷ୍ଟିକୁ ସୁନ୍ଦର କରି ଗଢ଼ିତୋଳିଥାଏ'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ବଉଳଫୁଲ' ସାହିତ୍ୟ ସଂସଦର ୩୪ ତମ ବାର୍ଷିକୋତ୍ସବ

18-05-18-jaj-1.jpg - 100.58 kB

ଯାଜପୁରରୋଡ୍/jayashankar dash  : "ବଉଳଫୁଲ' ସାହିତ୍ୟ ସଂସଦର ୩୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ଲେଖକ ସାମ୍ମୁଖ୍ୟର ସଭାପତି ଡ. ସାତକଡ଼ି ହୋତା ସଭାପତିତ୍ୱ କରିଥିଲେ । ପ୍ରଥମ ଅଧିବେଶନରେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡଃ କମଳାକାନ୍ତ ମିଶ୍ର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ୟାସନଗର ପୌରାଞ୍ଚଳର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ବଉଳଫୁଲ ସାହିତ୍ୟ ସଂସଦର ସଭାପତି ଡ. ଅକ୍ଷୟ କୁମାର ପଣ୍ଡା ଓ ସମ୍ପାଦିକା ବ୍ରଜେଶ୍ୱରୀ ସିଂହ ଉପସ୍ଥିତ ରହି ସାହିତ୍ୟ ସୃଷ୍ଟିକୁ ସୁନ୍ଦର କରି ଗଢ଼ିତୋଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉକ୍ରଳବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ବିଶିଷ୍ଟ ଲେଖକ ମାୟାଧର ନାୟକ, ଡ. ସୂର୍ଯ୍ୟମଣି ଖୁଣ୍ଟିଆ ଏବଂ ଶରତ ରାୟଙ୍କୁ ଲେଖକ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଉଳଫୁଲ ସାହିତ୍ୟ ସଂସଦ ପକ୍ଷରୁ ସୁବାସ ଚନ୍ଦ୍ର ବଳ ଓ ଡ. ଅକ୍ଷୟ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରାକ୍ତନ ପ୍ରାଧ୍ୟାପିକା ଧୀପ୍ରଭା ଦେବୀଙ୍କ କବିତା ସଂକଳନ "ସାଉଁଟା ସ୍ମୃତି' ଓ  ପ୍ରଫେସର ବାସୁଦେବ ସାହୁଙ୍କ ପୁସ୍ତକ "ଦର୍ଶନ ଅର୍ଥନୀତି' ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଲେଖକ ସାମ୍ମୁଖ୍ୟର ଯୁଗ୍ମ ସମ୍ପାଦିକା ବିମଳା ସିଂହ ପରିଚାଳନା କରିଥିବାବେଳେ ବ୍ରଜେଶ୍ୱରୀ ସିଂହ ଧନ୍ୟବାଦ ଦେଇଥିଲେ । ଉତ୍ସବର ୨ୟ ଓ ୩ୟ ଅଧିବେଶନରେ ଯଥାକ୍ରମେ ଲେଖକ ସାମ୍ମୁଖ୍ୟର ଉପସଭାପତି ପ୍ରଫେସର ବାସୁଦେବ ସାହୁ ଏବଂ ଡ. ରମାକାନ୍ତ ରାଉତ ସଭାପତିତ୍ୱ କରିଥିଲେ । ଆଲୋଚକ ଭାବରେ ସାମ୍ମୁଖ୍ୟର କାର୍ଯ୍ୟକାରୀ କମିଟି ସଭ୍ୟ ଡ. କମଳା ପ୍ରସାଦ ମହାପାତ୍ର, ଭାସ୍କର ଜେନା ଏବଂ ସଭ୍ୟ ବୈରାଗୀ ଚରଣ ପଟ୍ଟନାୟକ ତଥା ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଇନ୍ଦୁପ୍ରଭା ସାମଲ, ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ  ହୋଇଥିଲା । କବିତାଗୁଡ଼ିକୁ ମିନତୀ ମିଶ୍ର, ମିନତୀ ବେହେରା ଓ ସଂଗୀତା ମିଶ୍ର ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଶିଶୁକଳାକାର ଚନ୍ଦନ ଦାସ ନୃତ୍ୟ ପରିବେଷଣ କରିଥିଲେ । ମଞ୍ଚ ପରିଚାଳନାରେ ବିମଳା ସିଂହଙ୍କ ସମେତ ବିକାଶ ଦାସ, ଗୁଣନିଧି ଗୁରୁ, ମହେଶ୍ୱର ନାୟକ, ଅଚୁ୍ୟତାନନ୍ଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ୭୦ରୁ ଊଦ୍ଧ୍ୱର୍ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଓଡ଼ିଶା ଲେଖକ ସାମ୍ମୁଖ୍ୟର ଯୁଗ୍ମ ସମ୍ପାଦକ ଗଣେଶ ପ୍ରସାଦ ଦାସ ଓ ବଉଳଫୁଲ ସାହିତ୍ୟ ସଂସଦର ସହସମ୍ପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault