ହେଡଲାଇନସ୍:

ଭାଲୁ ଆକ୍ରମଣରେ ୩ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-04-18-jaj.jpg - 55.42 kB

ଯାଜପୁରରୋଡ୍/biswajit majhi  : ଶୁକ୍ରବାର ସକାଳେ ବ୍ୟାସନଗର ସହରର ମଧ୍ୟ ଭାଗକୁ ଏକ ଭାଲୁ ପଶିଆସିଥିବାବେଳେ ସ୍ଥାନୀୟବାସିନ୍ଦା ଘଉଡ଼ାଇ ଦେଇଥିଲେ । ଭାଲୁଟି ଦଳାର ଶକ ମହାନ୍ତ ଏବଂ ନଟପଡ଼ାର  କୁନା ସାମଲଙ୍କୁ ଆକ୍ରମଣ କରିଥିବାବେଳେ ଭାଲୁ ଦେଖିବାକୁ ଆସିଥିବା ଜଣେ ଦେଖଣାହାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି । ସେମାନେ ସାମାନ୍ୟ ଆହତ ହୋଇଛନ୍ତି । ଭାଲୁଟି ଦଳା ବାଇପାସ ରୋଡ୍ସ୍ଥିତ ଏକ ବୁଦା ଭିତରେ ଲୁଚିଯାଇଛି । ବନବିଭାଗ, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ ଦୀର୍ଘ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ପରିଶ୍ରମ କରିଥିଲେ ମଧ୍ୟ ଭାଲୁକୁ ଧରିବାରେ ବିଫଳ ହୋଇଛନ୍ତି । ସ୍ଥାନୀୟ ଲୋକେ ଭାଲୁ ଭୟରେ ଆତଙ୍କିତ ଅବସ୍ଥାରେ ରହୁଥିବାବେଳେ ବନବିଭାଗ କେବଳ ଦେଖଣାହାରୀ ସାଜିଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଭାଲୁ ଆକ୍ରମଣରେ ଲୋକେ ମୃତାହତ ହେଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ବନବିଭାଗକୁ ଦାୟୀ କରିଛନ୍ତି ।

 

0
0
0
s2sdefault