ହେଡଲାଇନସ୍:

ଗ୍ରୀଷ୍ମ କାଳୀନ ଲନ ଟେନିସ ଶିବିର ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବାରିପଦା/Dillip mohanty  : ମୟୁରଭଞ ଟେନିସ ଏସୋସିଏସନ ଆନୁକୁଲ୍ୟରେ ଗ୍ରୀଷ୍ମକାଳୀନ ଟେନିସ ଶିବିର ଆୟୋଜନ କରାଯାଉଅଛି । ବାରିପଦା କ୍ଲବ ପରିଷରରେ  ଅତ୍ୟାଧୁନିକ ସିନ୍ଥେଟିକ ଟେନିସ କୋର୍ଟରେ ଅଭିଜ୍ଞ ପ୍ରଶିକ୍ଷକ ଙ୍କ ଦ୍ୱାରା ପାଞ୍ଚ ବର୍ଷରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳଳ ଓ ବାଳିକା ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଅଛି । ଏହି ପ୍ରଶିକ୍ଷଣ ଶିବିର ଆଗାମୀ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହେବ । ଶିବିରରେ ପ୍ରଶିକ୍ଷିତ ବାଳକ  ଓ ବାଳିକା ମାନଙ୍କୁ ଆଗାମି ଦିନରେ ସ୍ୱତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ବିଶେଷ ବ୍ୟବସ୍ଥା ମୟୁରଭଞ୍ଜ  ଟେନିସ ଏସୋସିଏସନ ପକ୍ଷରୁ କରାଯାଉଅଛି । ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦାନ ନିମନ୍ତେ ଆଗ୍ରହୀମାନେ ସିଧାସଳଖ ପ୍ରଶିକ୍ଷଣ ଶିବିରରେ ଯୋଗାଯୋଗ କରିବାକୁ ଏସୋସିଏସନର ସମ୍ପାଦକ ବିବେକାନନ୍ଦ ପଟ୍ଟନାୟକ ଜଣାଇଛନ୍ତି ।

0
0
0
s2sdefault