ହେଡଲାଇନସ୍:

ବାଲେଶ୍ୱରରେ ୨ୟ ପର୍ଯ୍ୟାୟ  ପୋଲିଓ ଖୁଆ କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-05-18--Polio-Vaccination.jpg - 101.89 kB


ବାଲେଶ୍ୱର(ଉଜ୍ଜ୍ୱଳ କର) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଚଳିତ ବର୍ଷର ଦ୍ୱିତୀୟ ପଯର୍ୟାୟ ଶିଶୁ ପୋଲିଓ ଖୁଆ କାଯର୍ୟକ୍ରମ ଆଜି ଆରମ୍ଭ ହୋଇଛିା ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ପରିସରରେ ଆୟୋଜିତ ପୋଲିଓ କ୍ୟାମ୍ପରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଯୋଗଦେଇ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଆନୁଷ୍ଠାନିକ ଭାବେ କାଯର୍ୟକ୍ରମ ଶୁଭାରମ୍ଭ କରିଥିଲୋ ଏଥିପାଇଁ ସ୍ୱତନ୍ତ୍ର ଭାବେ ସେଲ୍ ନିର୍ମାଣ କରାଯାଇ ଶିଶୁମାନଙ୍କୁ ପୋଲିଓ ଟିକାକରଣ କରାଯାଇଥିଲାା ପୋଲିଓ ମୁଚ୍ଛ ଭାରତ ପାଇଁ ଚାଲିଥିବା ଏହି କାଯର୍ୟକ୍ରମକୁ ସଫଳତା କରିବା ପାଇଁ ଜିଲ୍ଲାରେ ପ୍ରତ୍ୟେକ ଶିଶୁ ଯେପରି ପୋଇଓ ଖାଇବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀ ରାଉତ ଆହ୍ୱାନ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିବେକାନନ୍ଦ ଦାସ, ଏ.ଡି.ଏମ.ଓ. ଡା.ପରେଶ ଚନ୍ଦ୍ର ନନ୍ଦୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାସ ନିଆଲ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରତିନିଧି  ସବିତା ରାଉତ ପ୍ରମୁଖଙ୍କ ସମେତ ବହୁ ବିଭାଗୀୟ ୱାଡ଼ଜିକରି  ଏଥିରେ ଯୋଗ ଦେଇଥିଲେ ।ଏହି ଦ୍ୱିତୀୟ ପଯର୍ୟାୟର ଏହି କାଯର୍ୟକ୍ରମ ପାଇଁ ଜିଲ୍ଲାରେ ସର୍ବମୋଟ ୧୦୪୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛିା ଏଥି ସହିତ ୪୧୭୨ଜଣ କର୍ମଚାରୀ ନିୟୋଜି ହୋଇଛନ୍ତି |

0
0
0
s2sdefault