ହେଡଲାଇନସ୍:

ଏଟିଏମରୁ ଟଙ୍କା ବାହାରୁନି, ଜିଲାପାଳଙ୍କୁ ଫେରାଦ ହେଲା ଆପ୍‌ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-05-18-neel.jpg - 48.43 kB

ବରଗଡ଼/ନୀଳ ଦୀପ  - କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରେ ଦେଖାଯାଇଥିବା ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ବର୍ତ୍ତମାନ ଏଟିଏମ ଗୁଡ଼ିକରେ ନଗଦ ଟଙ୍କା ନ ବାହାରିବା ଲୋକଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି । ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ ଗୁଡ଼ିକରୁ ଟଙ୍କା ବାହାରୁ ନଥିବା ଯୋଗୁ ଲୋକେ ବହୁ ହଟହଟା ହେଉଛନ୍ତି । ଏହାକୁ ନେଇ ଏଠାରେ ଅସନ୍ତୋଷ ଦେଖାଯାଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ଦାବି ନେଇ ଆମ ଆଦମୀ ପାର୍ଟି(ଆପ୍‌), ବରଗଡ଼ ଜିଲା ପକ୍ଷରୁ ଗୁରୁବାର ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆପ୍‌ର ଜିଲା ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ସ୍ବରୂପ ଭୋଇ, ମେରିୟନ ବାର୍ଲା ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଯାଇଥିଲେ ।

 

 

0
0
0
s2sdefault