ହେଡଲାଇନସ୍:

ମୟୁରଭଞ୍ଜ  ଜିଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-05-18-jilaparisad-meetri.jpg - 39.91 kB

ବାରିପଦା/ Dillip Mohanty —ମୟୁରଭଞ ଜିଲାର ପଞ୍ଚମ ଜିଲାପରିଷଦ ବୈଠକ ସ୍ଥାନୀୟ ପ୍ରୟାସ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲାପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ବିଧାୟକ ବାରିପଦା ସାନନ୍ଦ ମାରାଣ୍ଡି , ରାଜ୍ୟସଭା ସାଂସାଦ ସରୋଜିନୀ ହେମ୍ବ୍ରମ , ସାରସକଣା ବିଧାୟକ ଭାଦବ ହାଁସଦା, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ କୁମାର ହାଁସଦା, କରଞିଆ ବିଧାୟକ ବିଜୟ ନାୟକ , ଉପାଧକ୍ଷ୍ୟ ନରେଶ ଚନ୍ଦ୍ର ସାହୁ , ଜିଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୟୁରଭଞ ବିନୀତ ଭରଦ୍ୱାଜ , ଜିଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର  ପ୍ରକଳ୍ପ ନିର୍ଦ୍ଦେଶକ ତୁଷାରକାନ୍ତ ମହାନ୍ତି , ବନଖଣ୍ଡ ଅଧିକାରୀ ବାରିପଦା ସୌମ୍ୟ ମଲ୍ଲିକ ଙ୍କ ସମେତ ଜିଲାପରିଷଦର ସଭ୍ୟ ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ବିଭୀନ୍ନ ସରକାରୀ ବିଭାଗ ଜିଲାସ୍ତରୀୟ ପଦାଧିକାରୀ ଯୋଗଦେଇ ଜିଲାପରିଷଦ ଅଧିନସ୍ତ ସରକାରଙ୍କର ବିଭିନ୍ନ ବିଭାଗ ଯୋଜନାରେ ଜିଲାରେ ଜନସାଧାରଣଙ୍କର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସ୍ଥିତି ସଂପର୍କରେ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରି ମତପୋଷଣ କରିଥିଲେ । ବୈଠକରେ ଜିଲାପରିଷଦ ପକ୍ଷରୁ ଉପସ୍ଥାପିତ କାର୍ଯ୍ୟସୂଚୀ ଅନୁଯାୟୀ ବିଶେଷକରି ଶିକ୍ଷା , ସ୍ୱାସ୍ଥ୍ୟ ,କୃଷି ,ଉଦ୍ୟାନକୃଷି ,ମତ୍ସ୍ୟ  , ଗ୍ରାମ୍ୟ ଜଳ ଯୋଗାଣ , ପରିମଳ , ସାଧାରଣଯୋଗାଣ,ବିଦ୍ୟୂତ ଶକ୍ତି ଯୋଗାଣ ,ପୂତ୍ତବିଭାଗ ରାସ୍ତା ଓ ଗୃହ ନିର୍ମାଣ , ଉଠାଜଳ ସେଚନ , ସମାଜ କଲ୍ୟାଣ ,ଜିଲା ମଙ୍ଗଳ , ଜିଲା ସର୍ବଶିକ୍ଷା , ସମନ୍ନିତ ଆଦିବାସୀ ଉନ୍ନୟନ , ପ୍ରାଣୀ ଚିକିତ୍ସା  ଆଦି ବିଭାଗ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ଆଲୋଚନାରେ ଉକ୍ତ ବିଷୟ ଯୋଜନା କାର୍ଯ୍ୟଧାରା ବିଷୟ ପ୍ରସଙ୍ଗ ଉପରେ ଉପସ୍ଥିତ ବିଧାୟକ , ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲା ପରିଷଦ  ସଭ୍ୟ ସଭ୍ୟା ମାନଙ୍କ ଦ୍ୱାରା ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବ ଉପରେ ସଂପୃକ୍ତ ବିଭାଗ ଅଧିକାରୀ ଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚାଇଥିଲେ । ସ୍ୱାସ୍ଥ୍ୟସେବା ସମ୍ଭନ୍ଧୀୟ କାର୍ଯ୍ୟକ୍ରମରେ ଜିଲାର ସମସ୍ତ ପିଏଚସି ଓ ସିଏଚସିରେ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀ ନିଯୁକ୍ତି କରାଯିବା, ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣ ଓ ଭିତ୍ତିଭୂମି ବିକାଶ ପ୍ରତି ଧ୍ୟାନଦେଇ କାର୍ଯ୍ୟକ୍ରମ ତ୍ୱାରାନିତ କରାଯିବା ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବାପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଗୁରୁତ୍ୱାରେପ କରାଯାଇଥିଲା । ଶିକ୍ଷା ବିଷୟ ପ୍ରସଙ୍ଗ  କ୍ରମରେ ସର୍ବଶିକ୍ଷା ଅଭିଯାନ, ଆଦର୍ଶ ବିଦ୍ୟାଳୟ ,ଉଚ ବିଦାୟଳୟ ଗୁଡିକର ସୁପରିଚାଳନା ପାଇଁ ଶିକ୍ଷକ ନିଯୁକ୍ତି ,ବିଦ୍ୟାଳୟ ଭିତ୍ତିଭୂମି ବିକାଶ କରାଯିବା , ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନୀତ କରାଯିବା, ଉଠାଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯିବା , ବିଦ୍ୟୁତ ସଂଯୋଗ ହୋଇନଥିବା ଗ୍ରାମଗୁଡିକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରାଯିବା , ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା  , ଲୋଧା ଓ ଖଡିଆ ମାଙ୍କଡିଆ ଆଦି ଜନଜାତି ବର୍ଗର ପିଲାମାନଙ୍କୁ ସହରାଞ୍ଚଳ ଏକଲବ୍ୟ ମଡେଲ ସ୍କୁଲରେ ନାମ ଲେଖାଇବା ପାଇଁ ପ୍ରାଥମିକ ସୁବିଧା ସୁଯୋଗ ଦେବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇ ଏ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଥିଲା । ଅନ୍ୟାନ୍ୟ ବିଷୟ କ୍ରମରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା , ଡିଭୋଲ୍ୟୁସନ ପାଣ୍ଠି ଯୋଜନା, ରାସ୍ତା ମରାମତି ଓ ଉନ୍ନତିକରଣ ପାଇଁ ମଟରଯାନରୁ ସଂଗୃହିତ କରପାଣ୍ଠି ଯୋଜନା ଏବଂ ଜିଲା ପରିଷଦ ବ୍ୟୟ ଅଟକଳ ଆଦି ଉପରେ ବୈଠକରେ ଆଲୋଚନା କରାଯାଇ ବ୍ୟୟ ଅଟକଳ ଅନୁମୋଦନ  ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ପ୍ରାରମ୍ଭରେ ବିଜାତଳା ବ୍ଲକର ଜିଲାପରିଷଦ ସଦସ୍ୟ ଛୋଟରାୟ ମାରାଣ୍ଡି ଙ୍କ ଅକାଳ ବିୟୋଗରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |

0
0
0
s2sdefault