ହେଡଲାଇନସ୍:

"ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ଓ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'ର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ଏହା ସହାୟକ ହେବ:ମନ୍ତ୍ରୀ ଶ୍ରୀ ମହାରଥୀ

 

ଭୁବନେଶ୍ୱର : କୃଷିର ଉନ୍ନତି ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତ ଓ ଅଭିନବ ଯନ୍ତ୍ରପାତି ତିଆରି କରି ବ୍ୟବହାର କରୁଥିବା ଚାଷୀଙ୍କୁ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ପ୍ରଦାନ କରାଯିବ ବୋଲି କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତିା ରାଜ୍ୟସ୍ତରର ୧୧ ଜଣ, ଜିଲ୍ଲାସ୍ତରର ୯୦ ଜଣ ଏହିପରି ୧୦୧ ଜଣ ଚାଷୀଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବା ରାଜ୍ୟସ୍ତରୀୟ ୩ଟି ପ୍ରଥମ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା, ୩ଟି ଦ୍ୱିତୀୟ ପୁରସ୍କାର ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୫ଟି ତୃତୀୟ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସେହିପରି ଜିଲ୍ଲାସ୍ତରୀୟ ପୁରସ୍କାରରରେ ୯୦ ଜଣ ଚାଷୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ଯାଞ୍ଚ ପ୍ରକ୍ରିୟାରେ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ସହାୟତ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତିା

ଆଜି ମନ୍ତ୍ରୀ ଶ୍ରୀ ମହାରଥୀ ସଚିବାଳୟରେ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ଓ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା'ର ଶୁଭାରମ୍ଭ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ରାଜ୍ୟର କୃଷି ଯନ୍ତ୍ରପାତି ନିର୍ମାଣ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ସମୃଦ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ' ଯୋଜନାର ମୁଖ୍ୟ ଉଦ୍ଦେଶ୍ୟରୋ ସେହପରି ରାଜ୍ୟରେ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ଓ ରିହାତି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା' ଏକ ସରଳୀକୃତ ପ୍ରକ୍ରିୟା ବୋଲି ମନ୍ତ୍ରୀ କହିଛନ୍ତିା

ସଂପୂର୍ଣ୍ଣ ଅନ୍ଲାଇନେ , ସହଜ, ସମୟାନୁମୋଦିତ, ସ୍ୱଚ୍ଛ ଓ ଉଦ୍ୟୋଗୀ ଉପଯୋଗୀ "ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା' ନିମନ୍ତେ ସମର୍ପିତ ଏକ ନୂତନ ୱଏଵ ପୋର୍ଟାଲ apicol.nic.in ଓ ମୋବାଇଲ୍ ଆପ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଏହା ଦ୍ୱାରା ଜଣେ ଉଦ୍ୟୋଗୀ ନିଜ ମୋବାଇଲ୍ରେ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଆବେଦନ କରିପାରିବୋ ଆପିକଲ ଓ ଏନ୍ଆଇସି ଦ୍ୱାରା ପରିଚାଳିତ ଏହି

ପ୍ରକି୍ରୟାର ପ୍ରତି ପଦକ୍ଷେପରେ ଉଦ୍ୟୋଗୀ, ବ୍ଲକ୍, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳ ତଥା ଆପିକଲ୍କୁ ଅଗ୍ରଗତିସମ୍ବନ୍ଧୀୟ ସୂଚନା ଯିବାର ବ୍ୟବସ୍ଥା ସୁଗମ ହୋଇପାରିବ, ଯାହାଫଳରେ ସହଜରେ ଉଦ୍ୟୋଗୀ ପରାମର୍ଶ ଓରିହାତି ପାଇପାରିବୋ ପେମେଣ୍ଟ ଗେଟ୍ ବେ ମାଧ୍ୟମରେ ନିରାପତ୍ତା ଅର୍ଥ ଜମା ଓ ଫେରସ୍ତ ତଥା ଆର୍ଟିଜିଏସ   ପିଏମ୍ଏଫ୍ଏସ୍ ବ୍ୟବସ୍ଥାରେ ସିଧାସଳଖ ଉଦ୍ୟୋଗୀଙ୍କ ବ୍ୟାଙ୍କ ଋଣ ଖାତାକୁ ରିହାତି ପ୍ରଦାନ ବ୍ୟବସ୍ଥା ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତିା 

0
0
0
s2sdefault