ହେଡଲାଇନସ୍:

 ରାଜ୍ୟ ଅଭିଲେଖାଗାରରେ କେନ୍ଦ୍ରୀୟ ପ୍ରତିନିଧି  ଦଳ, ଅଭିଲେଖାଗାର କାର୍ଯ୍ୟକ୍ରମକୁ ପ୍ରଶଂସା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅତିରିକ୍ତ ପାଣ୍ଠି ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି

16-05-18-culture.jpg - 71.23 kB

ଭୁବନେଶ୍ୱର(ମାନସୀ ମିଶ୍ର) : ରାଜ୍ୟ ଅଭିଲେଖାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଦଳ ପ୍ରଶଂସା କରିଛନ୍ତି |  ଜାତୀୟ ଅଭିଲେଖାଗାରର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରୀତମ୍ ସିଂହଙ୍କ ନେତୃତ୍ୱରେ ଅସିଥିବା ଏକ ପ୍ରତିନିଧି  ଦଳ ରାଜ୍ୟ ଅଭିଲେଖାଗାର ପରିଦର୍ଶନ କରିଥିଲ | ପ୍ରତିନିଧିବୃନ୍ଦ ଅଭିଲେଖାଗାରରେ ଚାଲିଥିବା ଡିଜିଟାଇଜେସନ୍ଓ  ସଂରକ୍ଷଣ କାର୍ଯ୍ୟ ଦେଖୀବା ସହ ଗ୍ରନ୍ଥାଗାର ଓ ରେକର୍ଡ କେନ୍ଦ୍ର ପରିଦର୍ଶନ କରିଥିଲୋ ସେମାନେ ଅଭିଲେଖାଗାରରେ ଅବ୍ୟାହତ ରହିଥିବା କାର୍ଯ୍ୟଉପରେ ସନ୍ତୋଷ ପ୍ରକାଶ କରିଥିଲେ ଲେ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ପାଣ୍ଠି  ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରତିନିଧିମାନଙ୍କ ସହିତ ଉପସ୍ଥିତ ରହି ପରିଦର୍ଶନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲୋ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ କେନ୍ଦ୍ର ସରକାରଙ୍କ ଉପ ଶାସନ ସଚିବ ଏମ୍. ଏ. ହକ୍ ଅଭିଲେଖାଗାର ସଂପର୍କିତ ବିବରଣୀ ସଂଗ୍ରହ କରିଥିଲୋ ଏହାପରେ ପ୍ରତିନିଧି ଦଳ ବୁଦ୍ଧିଜୀବୀ ଓ ସଂସ୍କୃତି ଗବେଷକମାନଙ୍କ  ସହ ଏକ ଅନୌପଚାରିକ ବୈଠକରେ ମିଳିତ ହୋଇଥିଲୋ ଐତିହାସିକ ପ୍ରଫେସର ଚଣ୍ଡିପ୍ରସାଦ ନନ୍ଦ, ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ ଡ. ବିଜୟ କୁମାର ରଥ, ପୁରାତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଜୀବନ ପଟ୍ଟନାୟକ, ଏନ୍ଆଇସିର ରବୀନ୍ଦ୍ର ବେହେରା, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ, ଆଞ୍ଚଳିକ ଅଭିଲେଖାଗାରର ଡ. ଲଲାଟେନ୍ଦୁ ଦାସମହାପାତ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଜ୍ୟୋତ୍ସ୍ନା ସାହୁ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଉପସ୍ଥିତ ଥିଲେ । ରାଜ୍ୟ ଅଭିଲେଖାଗାର ଅକ୍ଷୀକ୍ଷକ ସୁଚିସ୍ମିତା ମନ୍ତ୍ରୀ କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କୁ ସ୍ୱାଗତ ଜଣାଇଥିଲେ ।

0
0
0
s2sdefault