ହେଡଲାଇନସ୍:

ନିଜେ ପଢିଥିବା ଗାଁ ମାଟିର ସ୍କୁଲ ସହିତ ସମ୍ପର୍କ ରଖିବା ଏକ ଅଭିନବ ପ୍ରୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

16-05-18-lbg.jpg - 118.43 kB

“ମୋ ସ୍କୁଲ ଅଭିଯାନ” କର୍ମଶାଳା

ବଲାଙ୍ଗିର/ପୁଇଁନ୍ତଲା (ନିରୋଜ ମିଶ୍ର)-  ବିଦ୍ୟାଳୟର ପରିବେଶ ହିଁ ଗୁଣାତ୍ମକ ଶିକ୍ଷା ଦିଗରେ ସହାୟକ ହେବ । ବିଦ୍ୟାଳୟର ଉତ୍ତମ ପରିବେଶ ପରିଚାଳନା ପାଇଁ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ ।  ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ଉନ୍ନୀତ ଉଚ୍ଚ  ବିଦ୍ୟାଳୟ ଠାରେ ଏକ ଦିବସୀୟ “ମୋ ସ୍କୁଲ ଅଭିଯାନ” କର୍ମଶାଳା ଅନୁଷ୍ଠିତ  ହୋଇଥିଲା । ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରତନ ଧରୁଆ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ କହିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ସହ ଯୋଡିବା, ନିଜେ ପଢିଥିବା ଗାଁ ମାଟିର ସ୍କୁଲ ସହିତ ସମ୍ପର୍କ ରଖିବା ଏକ ଅଭିନବ ପ୍ରୟାସ ବୋଲି ବି.ଇ.ଓ. ଶ୍ରୀ ବାଗ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୁଇଁନ୍ତଲା ବ୍ଲକର ସମସ୍ତ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଯୋଗ   ଦେଇଥିଲେ । 

0
0
0
s2sdefault