ହେଡଲାଇନସ୍:

 ବିଚରା ତେଜେଶ୍ୱର , କହୁ କହୁ  ସିନା କହିଦେଲେ........

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

  ହେଲେ ବିଜେଡି କହିଲା ଏହା ତେଜଙ୍କ  ବ୍ୟକ୍ତିଗତ ମତ, ଦଳର ନୁହେ 

16-05-18-tejeswar1.jpg - 88.07 kB

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ  କୁମାର  ମଲ୍ଲ /ଭୁବନେଶ୍ୱରରୁ ମାନସୀ ମିଶ୍ର   କେନ୍ଦ୍ରାପଡା :ବିଚାର ତେଜେଶ୍ୱର ପରିଡା | ଯୁବସୁଲଭ ଭଙ୍ଗୀରେ ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ ଟାର୍ଗେଟ କରିଦେଲେ ସିନା ବିଜେଡି ନିଜକୁ ବିବାଦରୁ ଦୁରେଇ ରଖିବା ପାଇଁ ତେଜେଶ୍ୱରଙ୍କୁ ବେକାର କରିଦେଲା | ଉତରପ୍ରଦେଶର ବାରାଣସୀରେ ବ୍ରିଜ  ଭୁଶୁଡ଼ିବା ଘଟଣାରେ ବିଜେପିକୁ ଘେରିଛି ବିଜେଡି । ଇମୋସନାଲ ହୋଇ ବିଜେଡି ମେଡିଆ ପନେଲିଷ୍ଟ  ତେଜେଶ୍ୱର ପରିଡ଼ା ବିଜେପିକୁ ଟାର୍ଗେଟ କରି ୫ଟି ପ୍ରଶ୍ନ ପଚାରିଛନ୍ତି? ସେ କହିଛନ୍ତି ଯେ, ଭୁବନେଶ୍ୱରର ବମିଖାଲ ବି୍ରଜ ଭୁଶୁଡ଼ିବା ବେଳେ ବିଜେପି ନେତାମାନେ ରାଜରାସ୍ତାକୁ ଓହ୍ଲାଇଆସି ବିଜେଡି ସରକାରକୁ ଦାୟୀ କରିଥିଲେ । ବ୍ରିଜ  ଭୁଶୁଡ଼ିବା ପଛରେ ପିସି କାରବାର ଚାଲିଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ବାରାଣସୀରେ ନିର୍ମାଣ ହୋଇଥିବା ବ୍ରିଜ  ଭୁଶୁଡ଼ିଲା । ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ କେତେ ପିସି ନେଇଛନ୍ତି ସ୍ଥାନୀୟ ସାଂସଦ? ସେହିପରି ବମିଖାଲ ବ୍ରିଜ  ଭୁଶୁଡ଼ିବା ବେଳେ ଭୁବନେଶ୍ୱରରେ ଅନଶନ କରୁଥିଲେ ବିଜେପି ନେତା । କିନ୍ତୁ ବାରାଣସୀ ବି୍ରଜ ଭୁଶୁଡ଼ିବା ପରେ ଲକ୍ଷ୍ନୌରେ ବିଜେପି ନେତାମାନେ ଅନଶନ କରିବେ କି? ସେହିପରି ବମିଖାଲ ଘଟଣାରେ ସିବିଆଇ ତଦନ୍ତ କରୁ ବୋଲି ବିଜେପି ନେତାମାନେ ଦାବି କରିଥିଲେ, ବାରାଣସୀ ଘଟଣାରେ ସିବିଆଇ ତଦନ୍ତ ଦାବି କରିବେ କି? ବାରଣାସୀ ବ୍ରିଜ  ଭୁଶୁଡ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧନା ହେଉଥିଲେ, କିନ୍ତୁ ଘଟଣାସ୍ଥଳକୁ କାହିଁକି ଗଲେ ନାହିଁ ? ଉକ୍ତ ବ୍ରିଜ  ଶିଳାନ୍ୟାସ କିଏ କରିଥିଲେ ଓ ବ୍ରିଜ  ନିର୍ମାଣ କାର୍ଯ୍ୟ କେଉଁ ଏଜେନ୍ସିକୁ ଦିଆଯାଇଥିଲା ତାହାର ଉତର ଦିଅନ୍ତୁ ବିଜେପି ନେତାମାନେ । ଏମିତି ୫ଟି ପ୍ରଶ୍ନ ପଚାରି ବିଜେପିକୁ ଘେରିଛନ୍ତି ଶ୍ରୀ ପରିଡ଼ା ।

ହେଲେ ଯେହେତୁ ତେଜେଶ୍ୱର ସିଧାସଳଖ ପୋଲ ଭୁଷୁଡ଼ା ଘଟଣାରେ ସ୍ଥାନୀୟ ସାଂସଦ ତଥା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି, ଏହାକୁ ବିଜେଡି କୁଆଡେ ପସନ୍ଦ କରିପାରିନି | ବିଜେଡି ତାହାକୁ ତେଜେଶ୍ୱରଙ୍କ ନିଜସ୍ୱ ମତ ବୋଲି କହିଛି |  ଏଇଠି ବିଜେପିକୁ ନୀଚ ଦେଖାଇବା ପାଇଁ ଆଉ ବିଜେପି ବ୍ରିଜ ଭୁଷୁଡ଼ା ବା ଦୁର୍ଘଟଣାକୁ ନେଇ ଅଯଥା ରାଜନୀତି କରୁଛି ବୋଲି ପ୍ରମାଣିତ କରିବା ସର୍ବୋପରି ଦୁଘଟଣାକୁ ଦୁର୍ଘଟଣା ବୋଲି ବିବେଚନା କରିବା ପାଇଁ ବିଜେଡି ଅଯଥା ବାରଣାସୀ ପୋଲ ଭୁଶୁଡି ୨୦ ଜଣପ୍ରାଣହାନୀ ହେବ ଘଟଣାଠାରୁ ନିଜକୁ ଦୁରେଇ ରଖିବାକୁ ଉଚିତ ମାନେ କଲା | ତେଣୁ ଦଳ ପକ୍ଷରୁ ସମ୍ପାଦକ ବିଜୟ ନାୟକଙ୍କ ମୁହଁରେ କୁହାଇ ଦେଲା ଯେ ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍‍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିବା  ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର ସଦ୍‍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ବିଜୁ ଜନତା ଦଳ ଗଭୀର ସମବେଦନା ଜ୍ଞାପନ କରୁଛି । ଏଭଳି ଦୁର୍ଘଟଣା ଭାରତର ବିଭିନ୍ନ ସ୍ଥାନରେ ଘଟିବା ଦେଖାଯାଉଛି । ନିରାପଦ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବା ସହିତ ଭବିଷ୍ୟତରେ କିଭଳି ଧନଜୀବନ ହାନି ହେବ ନାହିଁ, ସେଥିପାଇଁ ସମସ୍ତେ ତତ୍ପର  ହେବା ଦରକାର । ତେବେ ଏଭଳି ଦୁର୍ଘଟଣାକୁ ନେଇ ରାଜନୀତି କରିବା ଆଦୌ ସ୍ପୃହଣୀୟ ନୁହେଁ । ବିଜେପି ବାରଣାସୀ ଘଟଣାରୁ ଶିକ୍ଷା ଲାଭ କରିବା ଉଚିତ୍‍ । ବିଜୁ ଜନତା ଦଳ କେବେବି କୌଣସି ଦୁର୍ଘଟଣାକୁ ନେଇ ରାଜନୀତି କରେ ନାହିଁ । ବିଜେଡି ସକରାତ୍ମକ ବିକାଶ ଅଭିମୁଖି ରାଜନୀତିରେ ବିଶ୍ୱାସ କରେ । ବିଜେଡି ପ୍ୟାନେଲିଷ୍ଟ ତେଜେଶ୍ୱର ପରିଡ଼ା ବାରଣାସୀ ଦୁର୍ଘଟଣାକୁ ନେଇ ଯେଉଁ ମତ ଓ ମନ୍ତବ୍ୟ ରଖିଛନ୍ତି, ତାହା ତାଙ୍କର ନିଜସ୍ୱ । ଏହା ବିଜେଡିର ମତ ନୁହେଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସ୍ପଷ୍ଟ କରିଦେଇଛନ୍ତି ।

ବିଚରା ତେଜେଶ୍ୱର , ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ହରବର.......|

0
0
0
s2sdefault