ହେଡଲାଇନସ୍:

ନିଜେ ସୁସ୍ଥ, ନିଜ ଘରକୁ ସ୍ୱଚ୍ଚ୍ଥ ଓ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରେ ରାଜ୍ୟ ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ।

16-05-19-jaa.jpg - 55.22 kB
ଯାଜପୁର, (ଜୟଶଙ୍କର ଦାଶ) : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲ୍ଳ୍ା ଅନେକ ଅଗ୍ରଗତି କରିଚ୍ଥି ।  ତେବେ ସମନ୍ୱୟ ଓ ସହଭାଗିତା ଦ୍ୱାରା ଏହାକୁ ଅଧିକ ପରିବ୍ୟାପ୍ତ କରାଯିବା ସହ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ ବୋଲି ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଳ୍ା ସ୍ୱାସ୍ଥ୍ୟ ସମିତି ଓ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶାଳୟର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍ା ପରିଷଦ ସଭାପତି ଶ୍ରୀ ମହାନ୍ତି ଡେଙ୍ଗୁର ନିରାକରଣ ପାଇଁ ନିର୍ଦ୍ଧିଷ୍ଟ କୈାଣସି ଔଷଧ  ଅଦ୍ୟାବଧି ବାହାରି ନ ଥିବାରୁ ବ୍ୟାପକ ସଚେତନତା ହିଁ ଏହାର ମୂଳ ଚିକିତ୍ସା ।  ତେଣୁ ଆମ ପରିବେଶ ଓ ପରିସରକୁ ସୁସ୍ଥ ରଖିବାକୁ ସେ ଆହ୍ୱାନ ଦେଇଥିଲେ ।  ଡାକ୍ତର ଓ ଅନ୍ୟାନ୍ୟ ସେବାକାରୀଙ୍କର ଅଭାବକୁ ଜିଲ୍ଲା  ଖଣିଜ ପାଣ୍ଠି ମାଧ୍ୟମରେ ପୂରଣ କରାଯିବାର ନିଷ୍ପତି ପାଇଁ ସେ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଥିଲେ ।  ଏଥିରେ ସଭାପତିତ୍ୱ କରି ଜିଲ୍ଲାପାଳ ରଂଜନ କୁମାର ଦାସ ନିଜେ ସୁସ୍ଥ, ନିଜ ଘରକୁ ସ୍ୱଚ୍ଛ  ଓ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ ଦେଇଥିଲେ ।  ଯେ କୈାଣସି କାର୍ଯ୍ୟରେ ପ୍ରୟାସ ଯଦି ମହତ ଓ ସମ୍ମିଳିତ ଊଦ୍ୟମର ପ୍ରତିଫଳିତ ହୁଏ ତେବେ ତାହା ସପଂଳ ହୁଏ ।  କୁସୁମା ହ୍ରଦ ଆଜି ସମସ୍ତଙ୍କ ଆକର୍ଷ ସାଜିଚ୍ଥି ।  କିନ୍ତୁ କିଚ୍ଥି ବର୍ଷ ତଳେ ତାହା ଏକ ପରିତ୍ୟକ୍ତ ମଇଳା ସ୍ଥାନ ଥିଲା ।  କେବଳ ନିଧି ବୁଢା ରଥ ବୁଲିଲେ ପରିବେଶ ପରିଷ୍କାର ହୁଏନାହିଁ ।  ବରଂ ତାହାକୁ  ନିଷ୍ଠାର ସହ ନିଜ ଘର, ବାହାରକୁ ପରିଷ୍କାର ରଖିବାର ଆନ୍ତରିକତା ଜରୁରୀ ।  ପ୍ରତ୍ୟେକ ଜିଲ୍ଳ୍ା ଡେଙ୍ଗୁ ମୃତୁ୍ୟ ଆମ ଜିଲ୍ଳ୍ାରେ ନୁହେଁ ବୋଲି ସଂପଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ ।  ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଗୁଡିକର ପରିସରକୁ ସଫା ରଖିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ ନିଜ ଅଭିଜ୍ଞତାରୁ ଡେଙ୍ଗୁ ସୃଷ୍ଟି ହେଊଥିବା ଉତ୍ସକୁ ନଷ୍ଟ ଓ ଅନ୍ୟାନ୍ୟ ନିରାକରଣ ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ ।  ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକ ଡା  ବ୍ରଜ କିଶୋର ବ୍ରହ୍ମା ସମଗ୍ର ରାଜ୍ୟର ୨୯ ଟି ଜିଲ୍ଳ୍ା ଓ ୩୧୪ ଟି ବ୍ଳ୍କରେ ଆଜି ଡେଙ୍ଗୁ ଦିବସ ପାଳିତ ହେଊଥିବା ବେଳେ ଯାଜପୁରରେ ରାଜ୍ୟ ସ୍ତରୀୟ ଊସôବ ପାଳିତ ହୋଇଚ୍ଥି ।  ଜନ ସଚେତନତ୍ା ସୃଷ୍ଟି ସହ ଡେଙ୍ଗୁର ଲକ୍ଷଣ ଜାଣି ପ୍ରତିକାର ଓ ଚିକିତ୍ସା  ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ ।  ଯାଜପୁର ପୈାର ପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ସି.ଡି.ଏମ୍.ଓ. ଡା.  ବାରିସ ଦାସ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ କ୍ଷେତ୍ରୀୟ ନିଦେ୍ର୍ଧଶକ  ଡା.  ଏସ୍.କେ. କର ପ୍ରମୁଖ ଭୂତାଣୁ ଜନିତ ଏହି ରୋଗର କାରଣ ଓ ନିରାକରଣ ସହ ତାହାର ମୂଳ ଉତ୍ସ  ଗୁଡିକୁ ନଷ୍ଟ କରିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।  ନିଜ ଘର ଓ ପରିସର ସଫା  ରଖିଲେ ଏହାକୁ ନିରାକରଣ କରାଯିବା ସହଜ ହେବ ବୋଲି ମତ ଦେଇଥିଲେ ।  ବିସ୍ତୃତ ସୂଚନା ଦେଇ ଅତିରିକ୍ତ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଧଶକ ଡା. ପ୍ରମିଳା ବରାଳ ବ୍ୟାପକ ସଚେତନତା ସୃଷ୍ଟି,ଞ୍ଜଞ୍ଜ ଡେଙ୍ଗୁ ପରିଷ୍କାର ଜଳରୁ ଜନ୍ମୁଥିବାରୁ ନିୟମିତ ଜଳ ପରିବର୍ତନ, ଅଯଥା ଜଳ ଊସô ଗୁଡିକୁ ନଷ୍ଟ,, ବର୍ଜ୍ୟ ବସ୍ତୁର ଊପଯୁକ୍ତ ପରିଚାଳନା ଏବଂ ଯେପରି ସେଥିରେ ଜଳ ନ ଜମେ ତାହାକୁ ଅନୁଧ୍ୟାନ କରି ନିରାକରଣ କଲେ ଡେଙ୍ଗୁ ବ୍ୟାପିବ ନାହିଁ ।  ରାଜ୍ୟର ସମସ୍ତ ଜିଲ୍ଳ୍ାରେ ଡେଙ୍ଗୁ ପରୀକ୍ଷା ବ୍ୟବସ୍ଥା କରାଯାଇଚ୍ଥି ବୋଲି ସେ ସୂଚନା ଦେଇଥିଲେ ।  ପ୍ରାରମ୍ଭରେ ଜିଲ୍ଳ୍ା ମୁଖ୍ୟ ଚିକିସôାଳୟର ଅଧିକ୍ଷକ ଡା. ପଂଣିନ୍ଦ୍ର ପାଣିଗ୍ରାହୀ ଅତିଥି ମାନଙ୍କ ପରିଚୟ ପ୍ରଦାନ, ଆଭିମୁଖ୍ୟ ଓ ଅତିରିକ୍ତ ଜିଲ୍ଳ୍ା ମୁଖ୍ୟ ଚିକିସôାଧିକାରୀ ଡା. କାହ୍ନୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।  ଅତିଥି ମାନେ ସ୍ୱାସ୍ଥ୍ୟ ସଚେତନତା ମୁଖପତ୍ରକୁ ଊନ୍ମୋଚନ କରିଥିଲେ ।  ମାନସ ବିଶ୍ୱାଳ ସଭା ପରିଚାଳନା କରିଥିଲେ ।  ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଊଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରି, ବଲାଙ୍ଗୀର, କେନ୍ଦୁଝର, ପୁରୀ, ବାଲେଶ୍ୱର, ନୟାଗଡ ଓ ଯାଜପୁର ଜିଲ୍ଳ୍ାକୁ ପୁରସ୍କୃତ କରାଯାଇଥିଲା । ଏଥିରେ ବୁଦ୍ଧିଜୀବି, ବରିଷ୍ଠ  ନାଗରିକ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

0
0
0
s2sdefault