ହେଡଲାଇନସ୍:

ଲଉଡିଦରହା ପଞ୍ଚାୟତରେ ନାହିଁ ମୋବାଇଲ ଟାୱାର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲଉଡିଦରହା ରେ ପଞ୍ଚାୟତ ,ସେବାସମବାୟ ,ଆର ଆଇ ଅଫିସ ଥାଇ ସୁଦ୍ଧା ମୋବାଇଲ ଟାୱାର ଗଡୁନି ।

ଉପଭୋକ୍ତା ଇଣ୍ଟରନେଟ ସେବାରୁ ବଞ୍ଚିତ ,ପ୍ରଶାସନ ଦୃଷ୍ଟି ଦେବେ କି?

ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତର ଲଉଡିଦରହା ଗ୍ରାମ ରେ ମୋବାଇଲ ଟାୱାର ନଥିବାରୁ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ସାମ୍ପ୍ରତିକ ସମାଜରେ ଇଣ୍ଟରନେଟ ର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି।ନେତାଠାରୁ ଅଭିନେତା ମନ୍ତ୍ରୀଠାରୁ ବିଧାୟକ, ଅଧିକାରୀ ଠାରୁ କର୍ମଚାରୀ ଶିକ୍ଷକ ଠାରୁ ଛାତ୍ର ଛାତ୍ରୀ କୃଷକ , ଶ୍ରମିକ ମହିଳା ସମସ୍ତେ ଏବେ ମୋବାଇଲ ଫୋନ ଉପରେ ନିର୍ଭରଶୀଳ ହୋଇ ପଡିଛନ୍ତି।ସମସ୍ତ ଦତ୍ପର ର କାର୍ଯ୍ୟ ଇଣ୍ଟରନେଟ ମାଧ୍ୟମରେ ଚାଲିଛି।ଇଣ୍ଟରନେଟ ନ ହେଲେ ସବୁ କାର୍ଯ୍ୟ ଠପ ହୋଇଯାଇଛି।ଉପଭୋକ୍ତା ମାନଙ୍କ ଚାହିଦାକୁ ନେଇ ବିଭିନ୍ନ କମ୍ପାନୀ ଇଣ୍ଟରନେଟ ସେବା ଉପରେ ଗରୁତ୍ବ ଦେଇଛନ୍ତି।ମାତ୍ର ଏହି ସେବାର ଗରୁତ୍ବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଇଣ୍ଟରନେଟ ପ୍ରଦାନକାରୀ ସଂସ୍ଥା ଗୁଡିକ ମନୋ ମୁଖୀ ଭାବେ କାର୍ଯ୍ୟ କରୁଥିବା ଦେଖାଦେଇଛି।ବିଶେଷ କରି ଗ୍ରାମାଞ୍ଚଳରେ ଏହି ସେବା ଅତି ନିମ୍ନ ମାନ ର ହେଉଥିବା ଅଭିଯୋଗ ହେଉଛି।ଲଉଡିଦରହା ଗ୍ରାମ ଠାରେ ପଞ୍ଚାୟତ ଅଫିସ ,ସେବାସମବାୟ,ତଥା ଆର ଆଇ ଅଫିସ ଥାଇ ସୁଦ୍ଧା ମୋବାଇଲ ଟାୱାର ସ୍ଥାପିତ ନହେବାର ଅତ୍ୟନ୍ତ କ୍ଷୋଭ ଚିନ୍ତା ର ବିଷୟ ।ସମବାୟ ସମିତି ର ପେକ୍ସ କର୍ମଚାରୀ ଚାଷୀମାନଙ୍କ ଧାନ ପଞ୍ଜୀକରଣ ପାଇଁ ସୀମାନ୍ତ ବର୍ତୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବସନା କୁ ଯାଆନ୍ତି।ସେଠାରେ ଡେରା ପକାଇ କାର୍ଯ୍ୟ ସମ୍ପୂର୍ଣ କରିଥାନ୍ତି।ଲଉଡିଦରହା ପଞ୍ଚାୟତର ଡୁଙ୍ଗରିପାଲି ,କୁର୍ମା ଗ୍ରାମରେ ସ୍ଥାପିତ ହୋଇଥିବା ମୋବାଇଲ ଟାୱାର ବିଭିନ୍ନ କମ୍ପାନୀ ପକ୍ଷରୁ ଅତି ଗାଡ଼ିଆ ସ୍ଥାନରେ ସ୍ଥାପିତ ହୋଇଥିବାରୁ ଲଉଡିଦରହା ଗ୍ରାମକୁ ନେଟୱର୍କ ଆସେନାହିଁ।ଏଆରଟେଲ,ଜିଓ ପ୍ରମୁଖ କମ୍ପାନୀ ନିଜର ଟାୱାର ସ୍ଥାପନ କରିଛନ୍ତି।ଏହାକୁ ଦୃଷ୍ଟିରେ ରଖି ଏହିସବୁ କମ୍ପାନୀ ର ଗ୍ରାହକ ଙ୍କ ସଂଖ୍ୟା ଅଞ୍ଚଳରେ ବୃଦ୍ଧି ପାଇଛି।ମାତ୍ର ଗତ କିଛି ମାସ ହେବ ଜିଓ ଓ ଏଆରଟେଲ ନେଟୱର୍କ ଅତି ନିମ୍ନମାନ ର ହେଉଛି।ଏପରିକି ଏହି ନେଟୱର୍କ ରେ ଫୋନ କଲେ ମଧ୍ୟ ସଠିକ ଭାବରେ ହୋଇପାରୁ ନାହିଁ।ଅଞ୍ଚଳବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ଲଉଡିଦରହା ପଞ୍ଚାୟତ ର ଲଉଡିଦରହା ଗ୍ରାମ ଠାରେ ମୋବାଇଲ ଟାୱାର ସ୍ଥାପିତ ପାଇଁ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସାମାଜିକ କର୍ମୀ କିଶୋର ସାମଲ,ଜ୍ୟୋତି ଜଗତ,ଭୁତ ପୂର୍ବ ସମିତିସଭ୍ୟ ଅକ୍ଷୟ ଭୁଏ,ରାମଦାସ ମାଝୀ, ରାହୁଲ ଭୋଇ,ରବି ପ୍ରଧାନ,ସୁଶାନ୍ତ ସିଂ,ଚକ୍ରଧର ଜଗତ ପ୍ରମୁଖ ଚେତାବନୀ ଦେଇଛନ୍ତି ।

0
0
0
s2sdefault