ହେଡଲାଇନସ୍:

କେନ୍ଦ୍ର କୃଷିନୀତି କୁ ବିରୋଧ ସିପିଆଇ ଏମ୍ ଓ ଅଖିଳ ଭାରତ କୃଷକ ସଂଘ ତରଫରୁ  ବିକ୍ଷୋଭ ପ୍ରଦର୍ଶନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି(ବି ଶ୍ରୀନିବାସ ପାତ୍ର )- ଜିଲ୍ଲା ସିପିଆଇ ଏମ୍ ଓ ଅଖିଳ ଭାରତ କୃଷକ ସଂଘ ଙ୍କ ମିଳିତ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ଆଇନ ନୀତିକୁ  ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ର ନେତୃତ୍ବ ନେଇଥିଲେ ଶ୍ରୀ ବ୍ରଜ ମାଝୀ ଜିଲ୍ଲା ସି ପି ଆଇ ଏମ୍ ସଭାପତି ।ସାରା ଦେଶରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଏହା ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଏବଂ କୃଷି ସାମଗ୍ରୀ ବିକ୍ରୟ ପ୍ରତ୍ସହନ ସୁବିଧା ଓ ରାଜ୍ୟ ବିଦ୍ୟୁତ ବିଲ ୨୦୨୦ ବିରୋଧରେ ବିକ୍ଷୋଭ ପଦର୍ଶନ କରି ନାରା ଦେଇଥିଲେ । ଏହି ବିଲ ଗୁଡାକ ଦ୍ଵାରା ବଡ ବଡ ପୁଞ୍ଜିପତି ଲାଭବାନ ହେବେ କିନ୍ତୁ ଗରିବ କୃଷକ  ଓ ଚାଷୀମୁଲିଆ ଭାଇମାନେ କ୍ଷତିଗ୍ରସ୍ତ ହେବେ । ତେଣୁ କେନ୍ଦ୍ର ସରକାର ଏହି ଜନ ଅସନ୍ତୋଷ ମାରଣ ନୀତି ପ୍ରଣୟନ କରିଛନ୍ତି ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସିପିଆଇ ଏମ୍ ତରଫରୁ କୁହାଯାଇଛି ।

0
0
0
s2sdefault