ହେଡଲାଇନସ୍:

ଗଛକୁ ପିଟିଲା ବାଇକ୍ ,ଦୁଇ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦିଲ୍ଲିପ ମହାନ୍ତି, ବାରିପଦା: ମୟୂରଭଂଜ ଜିଲ୍ଲା ସୀମାନ୍ତ ତିରିଂ ଥାନା ଅନ୍ତର୍ଗତ ଭିତରଆମଦା ପଞ୍ଚାୟତର ଫଟାଟାଙ୍ଗର ଗାଁର ଦେଓରାୟତି ଛକରେ ଶୁକ୍ରବାର ଅପରାହ୍ନରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଆକାଶିଆ ଗଛରେ ବାଇକ୍ ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଫଟାଟାଙ୍ଗର ଗାଁର ବୁନୁ ଶୁଣ୍ଢି(୨୩)ଓ  ତାଙ୍କ ସାଙ୍ଗ ଦଲସରା ଗ୍ରାମର ପାରାନ ହେମ୍ବ୍ରମ (୨୫) ମାସେ ତଳେ କିଣା ହୋଇଥିବା ନୂତନ ବାଇକ ଓଡ଼ି ୧୧ ଟି ୧୮୭୭ ରେ ଯାଉଥିବା ବେଳେ  ଦେଓରାୟତି ଛକ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ବୁନୁ ଷୁଣ୍ଢିର ମୃତ୍ୟୁ ହୋଇଥିଲା ବେଳେ ପାରାନ ହେମ୍ବ୍ରମ ଗୁରୁତର ହୋଇଥିଲେ । ରାଇରଙ୍ଗପୁର ହସ୍ପିଟାଲରେ ଡାକ୍ତର ବୁନୁକୁ ମୃତ ଘୋଷଣା କରିଥିଲେ । କିଛି ଘଣ୍ଟା ବ୍ୟବଧାନରେ ପାରାନଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ଶନିବାର ଦିନ ତିରିଂ ଥାନାରେ  ମାମଲା ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲରେ ଦୁଇ ଜଣଙ୍କ  ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

0
0
0
s2sdefault