ବିବାହ ପ୍ରତିଶ୍ରୁତିରୁ ପ୍ରତାରଣା। ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଲେ ବିକଳାଙ୍ଗ ଯୁବତୀ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା:( ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଅଇତାପାଲି ଗ୍ରାମର ଜଣେ ଯୁବତୀ ଶାରୀରିକ ଶୋଷଣର ଶୀକାର ହୋଇ ଗର୍ଭବତୀ  ହୋଇ ଯାଇଥିବା ନେଇ ଲଇକେରା ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ଯୁବତୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ନ୍ୟାୟ ପାଇଁ ପ୍ରଥମେ ସମାଜ ଓ ପରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି। 

ସୂଚନାନୁଯାୟୀ, ଅଇତାପାଲି ଗ୍ରାମର ପଦ୍ମା (ଛଦ୍ମନାମ) ଙ୍କ ଘରକୁ ସେହି ଗ୍ରାମର କୁଶ ସୁନାନୀ ଓରଫ କେଶବ ଯିବା ଆସିବା କରୁଥିଲା। ଧିରେ ଧିରେ ଝିଅଟିକୁ ନିଜ ପ୍ରେମ ଫାଶରେ ବାନ୍ଧି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାକୁ ଲାଗିଲା। ଝିଅଟି ଅମଙ୍ଗ ହେବାରୁ ତାକୁ ବିବାହ ପ୍ରଲୋଭନ ଦେଇ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏ ବିଷୟରେ କାହାକୁ କିଛି ନ ଜଣାଇବାକୁ ମଧ୍ୟ ସେ ଧମକ ଦେଉଥିବା ଯୁବତୀ ଜଣକ ଅଭିଯୋଗରେ ପ୍ରକାଶ କରିଛନ୍ତି। ପରେ ଯୁବତୀ  ଜଣକ ଗର୍ଭବତୀ  ହେଵାରୁ ସେ ତାଙ୍କୁ ଫଳ, ଟଙ୍କା ଓ ଔଷଧ ଦେଇ ଯତ୍ନ ନେବା ସହ ଯୁବତୀଙ୍କୁ ଗର୍ଭଧାରଣ ବିଷୟରେ କାହାକୁ କିଛି ଜଣାଇବା ପାଇଁ ମନା କରିଥିଲା। 

ଗତ ୨୭/୦୮/୨୦୨୦ ଦିନ ଯୁବତୀ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ସମସ୍ତ ବିଷୟରେ ଜାଣି କୁଶ ସୁନାନୀର ପରିବାରର ଲୋକଙ୍କୁ ଏ ବିଷୟରେ ଜଣାଇଲେ। ସେମାନେ ଚିକିତ୍ସା ପାଇଁ ୨୩୦୦ ଟଙ୍କା ଯୁବତୀଙ୍କ ପରିବାରକୁ ଦେଲେ ଏବଂ ବୁର୍ଲା ଡାକ୍ତରଖାନାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହାପରେ ସେମାନେ କୁଶ ସୁନାନୀ ଘରକୁ ଯିବା ବେଳେ ସେ ଫେରାର ଥିବା ଜଣା ପଡ଼ିଥିଲା। ଏହାପରେ ଗ୍ରାମରେ ସାମାଜିକ ସଭାରେ ନ୍ୟାୟ ପାଇଁ ଦ୍ବାରସ୍ଥ ହେବା ପରେ କୁଶ ସୁନାନୀର ପରିବାର ଲୋକେ ଯୁବତୀ ଓ ତାଙ୍କ କନ୍ୟା ସନ୍ତାନକୁ ଗ୍ରହଣ କରିବାକୁ ମନା କରି ଦେବା ପରେ ସେ ଲଇକେରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ତାଙ୍କ ଏତଲାକୁ ଭିତ୍ତି କରି ଘଟଣାର ଖୋଳତାଡ଼ କରୁଥିବା ଜଣା ପଡ଼ିଛି।

0
0
0
s2sdefault