ହେଡଲାଇନସ୍:

କୋଭିଡ଼ -୧୯ ଚିକିତ୍ସା ରେ ଡା. ରାମଚରଣ ପ୍ରଧାନ ଙ୍କ ପ୍ରସ୍ତୁତ ହୋମିଓପାଥି ଔଷଧ ଏକ ନୂତନ ଆଶା ର ସଂଚାର କରିବ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):  ବର୍ତମାନ ସାରା ବିଶ୍ବ କରୋନା ମହାମାରୀକୁ ନେଇ ବ୍ୟାପକ ଭାବରେ ଚିନ୍ତିତ, ଭୟଭିତ ଏବଂ ଆତଙ୍କିତ ମଧ୍ୟ  l ଏହାର ନିର୍ଦ୍ଧିଷ୍ଟ ଭାବେ କୌଣସି ଚିକିତ୍ସା ବାହାରି ପାରିନାହିଁ  l ଏଭଳି ସ୍ଥିତିରେ ହୋମିଓପାଥି ଚିକିତ୍ସା ଏକ ଆଶାର ସଂଚାର କରିଛି ବୋଲି ହୋମିଓପାଥି ଡାକ୍ତର ରାମଚରଣ ପ୍ରଧାନ ଆଜି ଏକ ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଛନ୍ତି l ପ୍ରାୟ ୮ ରୁ ୧୦ ପ୍ରକାର ହୋମିଓପାଥି ଔଷଧ ର ମିଶ୍ରଣ ରେ ସେ ପ୍ରସ୍ତୁତ କରିଥିବା ଔଷଧ ରେ ଅନେକ କରୋନା ରୋଗୀ ଠିକ୍ ହୋଇ ଥିବା ସେ ଦାବୀ କରିଛନ୍ତି l ଏହା ସହିତ ନିକଟରେ ଏହି ମହାମାରୀର ଚିକିତ୍ସାରୁ ମିଳିଥିବା ଫଳପ୍ରଦ ଫଳାଫଳକୁ  ନେଇ ସେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ l କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ହୋମିଓପାଥି ଡାକ୍ତର ଙ୍କୁ ସୁଯୋଗ ଦେବା, ରୋଗୀ ଠିକ ହେଲା ପରେ ନେଗେଟିଭ ରିପୋର୍ଟ ପ୍ରମାଣ ପତ୍ର ଦେବା ଆଦି ଦାବୀ କରିଛନ୍ତି l ତେବେ କୋଭିଡ଼ -୧୯ ଚିକିତ୍ସା ରେ ଡାକ୍ତର ରାମଚରଣ ପ୍ରଧାନ ଙ୍କ ପ୍ରସ୍ତୁତ ଏହି  ଔଷଧ ଏକ ନୂତନ ଆଶା ର ସଂଚାର କରିବ ବୋଲି ଅନୁମାନ କରାଯାଏ l 

         ଏହି ଅବସରରେ ସାମଜସେବୀ ପ୍ରଦୀପ ବେହେରା, ଆଶଫ ଅଲ୍ଲୀ ଖାଁ ଉପସ୍ଥିତ ରହି ଅଭିଜ୍ଞତା ପ୍ରକାଶ କରିଥିଲେ l

0
0
0
s2sdefault