ହେଡଲାଇନସ୍:

ଉଚ୍ଚତର ପ୍ରଦର୍ଶନ ଲକ୍ଷ୍ୟ ହାସଲ ନିମନ୍ତେ " ଭାରତ ସରକାରଙ୍କ ସହ ନାଲକୋର ବୁଝାମଣାପତ୍ର ସ୍ୱାକ୍ଷରିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଆଲୁମିନା ଉତ୍ପାଦନ  କ୍ଷମତାର ୧୦୦ ପ୍ରତିଶତ ଉପଯୋଗ, ୧୧୦୦ କୋଟି ଟଙ୍କାର କ୍ୟାପେକ୍ସ ଏବଂ ଉଚ୍ଚତର ଉତ୍ପାଦନ  ଓ ଉତ୍ପାଦକତା  ପାଇଁ ଲକ୍ଷ୍ୟଧାର୍ଯ୍ୟ 

  15-05-18-nalco-Mou-FY-18-19.jpg - 70.19 kB

ନୂଆଦିଲ୍ଲୀ : ନବରତ୍ନ  ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ ) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ  କରି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଲକ୍ଷ୍ୟ, ଏ ଯାବତ୍ ସର୍ବାଧିକ ଏବଂ ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ । ୧୪ ମଇ ୨୦୧୮ରେ ନୂଆଦିଲ୍ଲୀ ଠାରେ ଏହି ବୁଝାମଣାପତ୍ରଟି ଖଣି ମନ୍ତ୍ରାଳୟର ସଚିବ ଅନୀଲ ଗୋପୀଶଙ୍କର ମୁକିମ ଏବଂ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱକ୍ଷରିତ ହୋଇଥିଲା । ୨୦୧୭-୧୮ ଆର୍ଥିକ  ବର୍ଷରେ ଉତ୍କୃଷ୍ଟ  ପ୍ରଦର୍ଶନ ଏବଂ ଉଚ୍ଚ ମାନର କର୍ପୋରେଟ୍ ଗଭର୍ଣ୍ଣାନ୍ସ ନିମନ୍ତେ  ଖଣି ସଚିବ ଶ୍ରୀ ମୁକିମ ନାଲ୍କୋ ପରିଚାଳନା ମଣ୍ଡଳୀକୁ ପ୍ରଶଂସା କରିବା ସହ ୨୦୧୮-୧୯ ପାଇଁ ଏହାର ବଳିଷ୍ଠ  ବ୍ୟବସାୟିକ ଯୋଜନା ପାଇଁ ଶୁଭେଚ୍ଛା ପ୍ରକାଶ କରିଥିଲେ । ନୂତନ ଡି.ପି.ଇ. ନିର୍ଦ୍ଦେଶାବଳୀ   ଆଧାରରେ ଉଭୟ ଅନ୍ତଃମନ୍ତ୍ରଣାଳୟ କମିଟି  ଏବଂ ଖଣି ମନ୍ତ୍ରାଳୟ ସହ ଆଲୋଚନା ପରେ ଏହି ବୁଝାମଣାପତ୍ରଟି ପ୍ରସ୍ତୁତ ହୋଇଥିଲା ।

ଏହି ବୁଝାମଣାପତ୍ର ଅନୁସାରେ, କମ୍ପାନୀ ଚଳିତ ଆର୍ଥିକ  ବର୍ଷରେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ୨.୧ ନିୁୟତ ଟନ୍ ଆଲୁମିନା ଏବଂ ୪.୧୫ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ  କରିବ ବୋଲି ଧାଯର୍ୟ କରାଯାଇଛି । ଉତ୍ପାଦନ କ୍ଷମତାରେ  ଉନ୍ନତିର ଅଂଶ ଭାବେ ନେଟ୍ କାର୍ବନ୍ ଉପଯୋଗରେ ହ୍ରାସ ଆଣିବା ସହ ଆର୍ ଆଣ୍ଡ୍ ଡି ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ପାଇଁ ମଧ୍ୟ ନାଲ୍କୋ ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ ହୋଇଛି । 

୨୦୧୮-୧୯ ପାଇଁ ନାଲକୋ ପକ୍ଷରୁ ୧୧୦୦ କୋଟି ଟଙ୍କାର କାପେକ୍ସ ଲକ୍ଷ ଧାର୍ଯ କରାଯାଇଛି । ଏଥିରେ ୧ ନିୟୁତ ଟନ୍ ରିଫାଇନେରୀ, ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ବିକାଶ, ପବନଚାଳିତ ବିଦୁତ ଉତ୍ପାଦନ ପ୍ରକଳ୍ପ, ବିଭିତ୍ତ ଯୌଥ ପ୍ରକଳ୍ପ ଏବଂ ଅନାନ ଆଧୁନିକୀକରଣ ପ୍ରକଳ୍ପ ଅ"ର୍ଭୁକ୍ତ । ଏଥି ସହିତ, ମାନବସମ୍ବଳ ବିକାଶ ଦିଗରେ କମ୍ପାନୀ ପକ୍ଷରୁ ଏକ କର୍ମ·ରୀମାନଙ୍କ ପିସିଏମ୍ଏମ୍ ଜରିଆରେ ଦକ୍ଷତା ଆକଳନ  ଏବଂ  ଅନଲାଇନ  ହ୍ୟୁମାନ  ରିସୋର୍ସ୍ ମ୍ୟାନେଜେମେଣ୍ଟ  ବ୍ୟବସ୍ଥାର ପ୍ରର୍ବନ ଆଦି ମଧ୍ୟ ଅ"ର୍ଭୁକ୍ତ ହୋଇଛି । ଏହି ଯୋଜନା ଦ୍ୱାରା କମ୍ପାନୀର ମାନବସମ୍ବଳ ଅଧିକ ସମୃଦ୍ଧ ହେବା ସହ ନୂତନ ବ୍ୟବସାୟିକ ଯୋଜନା ପାଇଁ ଆବଶ୍ୟକୀୟ ଦକ୍ଷତା ଲାଭ କରିପାରିବେ । 

ଏହି ଅବସରରେ, ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ, ଯୁଗ୍ମ ସଚିବ ଅନୀଲ କୁମାର ଏବଂ ମନ୍ତ୍ରାଳୟ ଓ ନାଲକୋର ବରିଷ୍ଠ  ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

0
0
0
s2sdefault