ହେଡଲାଇନସ୍:

ପଦ୍ମପୁର ସହରକୁ  ସରସ ସୁନ୍ଦର କରି ଗଢି ତୋଳିବାକୁ ଯୁବଗୋଷ୍ଠୀ ସଂକଳ୍ପବଦ୍ଧ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ମଦର  ଟେରେସା ୟୁଥ୍ କ୍ଳବ  ତରଫରୁ ପାନୀୟ ଜଳ ଓ ସର୍ବତ  ବଣ୍ଟନ

ପଦ୍ମପୁର/ ନୀଳ ଦୀପ  :  ସହରରର ନୂତନ ଭାରେ କିଛି ଉତ୍ସାହୀ ଯୁବକ  ମଦର ଟେରେସା ୟୁଥ୍  କ୍ଲବ ନାଁରେ ଏକ ଅନୁଷ୍ଠାନ ଗଠନ କରି ବିଭିନ୍ନ  ସାମାଜିକ ବିକାଶ ଓ ସଂସ୍କାର କାମରର ନିୟୋଜିତ କରିଆସୁଛନ୍ତି  |  କିଛି ଦିନ ପୂର୍ବରୁ ନିଶାମୁକ୍ତ ପଦ୍ମପୁର, ଟ୍ରାଫିକ ସୁରକ୍ଷା, ଅପରାଧନିୟନ୍ତ୍ରଣ ଏପରି ଅନେକ ଗୁଡିଏ  ପ୍ରସଂଗକୁ ନେଇ ସଚେତନତା କାର୍ଯ୍ୟକ୍ରମ  ହାତକୁ ନେଇଛନ୍ତି। ଏଥି ସହିତ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍ବେଛାକୃତ ରକ୍ତ ଦାନ କରିଆସୁଛନ୍ତି | ଗତ 14 ତାରିଖ ଭେଉରିଆ ଛକ ଠାରର ଏଇ ଏହି କ୍ଳବର କର୍ମକର୍ତ୍ତାମାନେ   ଜନସାଧାରଣ ଓ ପଥଚାରୀ ଯାତ୍ରୀଙ୍କୁ ଥଣ୍ଡା ପାନୀୟ ଜଳ ସହିତ ସର୍ବତ ବଣ୍ଟନ କରିଥିରେ। ଏହି କାର୍ଯ୍ୟକ୍ରମରେ  ଅଞ୍ଜନ କୁମାର ପ୍ରଧାନ, ସୁରଜ ସୁନା,ଚାନ୍ଦ ସୁନା, ହରୀଶ ଡୁଙ୍ଗୁରୀ, ଦୀପକ ଭୋଇ, ଲାଲୁ ନାଏକ, କରମଜିତ ଗିଲ୍, ଅଭିଶେକ ଗଉରଲା, ଏମ୍ ଡି . ସାଜିଦ୍, ସୁବ୍ରତ ଧରୁଆ, ଜନ୍ମେଜୟ ମେହେର, ଅଭିଳାଷ ପଧାନ, ଆଶିଷ ଦାଶ, ଲିପୁନ ପାଣ୍ଡେ, ବିକି ଭୋଇ, ମୁକେଶ ପାତ୍ର, ରୀଙ୍କ ପାଣ୍ଡେ, ଚନ୍ଦନ  ପାତ୍ର, ଅଜୟ ନାଏକ, ଅଭୟ ବେହେରା, ସୌଭାଗ୍ୟ  ରୋହିଦାସ ପ୍ରମଖୁ ସାମିଲ ହୋଇଥିରେ। ଏମାରନ ପ୍ରାୟ ଚାରି ହଜାର ଲୋକଙ୍କୁ  ଥଣ୍ଡା ପାନୀୟ ଜଳ ଓ ସର୍ବତ  ପିଆଇଥିବା ଜଣାପଡିଛି।

 ଯୁବ ଗୋଷ୍ଠୀର ଏପରି ସମାଜ ସେବା କାମକୁ ସବୁ ମହଲରେ  ପ୍ରଶଂସା କରାଯାଇଛି । ଉଲ୍ଲେଖନୀୟ ଯେ ପ୍ରଚାର  ଓ ପ୍ରସାରକୁ ଗୁରୁତ୍ୱ ନଦେଇ ଏହି ଯୁବ ଗୋଷ୍ଠୀ  ପଦ୍ମପୁର ସହରକୁ ସରସ ସୁନ୍ଦର ଭାରେ ଗଢି ତୋଳିବା  ପାଇଁ ଶପଥ ନେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଉପ ଜିଲ୍ଲାପାଳ ଦୀପ୍ତିମୟୀ  ଭୁଏ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ସୁନୀଲ ଗୁରଲା, ରାଜେଶ ଗୁରଲା ,ସମାଜସେବି  ନିରୋଜ ଦୋରା , ଗୋପବନ୍ଧୁ ଶିକା ଉପସ୍ଥିତ ଥିଲେ | 

0
0
0
s2sdefault